କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ସେକଥା କେହି ଜାଣନ୍ତି ନାହିଁ । ଠିକ ସେଭଳି କିଛି ଦେଖିବାକୁ ମିଳିଛି ଆମେରିକାର କୋଷ୍ଟାର ରିକାର । ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳୀ ନଦୀରେ ପହଁରୁଥିବାବେଳେ ମୃତ୍ୟୁ ମୁଖରେ ପଡିଥିଲେ । ହଠାତ କୁମ୍ଭୀର ଆକ୍ରମଣ କରିବା ପରେ ଖେଳାଳୀ ଜିସସ ଆଲବର୍ଟ ଲୋପେଜଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଖେଳାଳୀଙ୍କୁ ଆକ୍ରମଣ କରିବା ପରେ କିଛି ସମୟ ପାଇଁ ତାଙ୍କୁ ପାଟିରେ ପୁରାଇ ମଝି ନଦୀରେ ଘୁରିବୁଲିଥିଲା କୁମ୍ଭୀର । ପରେ ସ୍ଥାନୀୟ ଲୋକ କୁମ୍ଭୀରକୁ ଗୁଳିମାଡ଼ କରି ଶବ ଜବତ କରିଥିଲେ ।ସୋସିଆଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ବେଶ ଭାଇରାଲ ହେଉଛି ।