ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ନିଆରା ପ୍ରୟାସ । ବିଶ୍ୱ ବିଦ୍ୟାଳୟ ପରସରରେ ଉଦଯାପିତ ହେଲା ଫୁଡ ଫେଷ୍ଟିଭାଲ

234

କନକ ବ୍ୟୁରୋ : ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରନ୍ଧନ ବିଦ୍ୟା ଅନ୍ତର୍ଭୁକ୍ତ ହୋଇ ରହିଛି । ଏହାକୁ ଏକ କଳା ଭାବରେ ଗ୍ରହଣ କରାଯାଇଛି । ସମ୍ପ୍ରତି ବିଶ୍ୱରେ ରନ୍ଧନ କଳାର ରୁଚି ଓ ଆଦର ବଢିଛି । ଏହା ଏକ ଜୀବିକା ଭାବରେ ଆଦୃତ ହୋଇ ପାରିଛି । ଆଜିକାର ଯୁବ ସମାଜ ମଧ୍ୟରେ ଏହି କଳାର ଉନ୍ନତି ଏବଂ ଉଦ୍ୟୋକ୍ତା ହେବା ପାଇଁ ପ୍ରାରମ୍ଭିକ ପ୍ରୟାସ କରିବା ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ଏକ ଖାଦ୍ୟ ମେଳା ବା ( ଫୁଡ ଫେଷ୍ଟିଭାଲ) ର ଆୟୋଜନ କରଥିଲେ । ଉତ୍ସବଟିର ଉଦଘାଟନ ବଲାଙ୍ଗୀର ସ୍ଥିତ (ଷ୍ଟେଟ ଇନ୍ଷ୍ଟି ଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ) ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ ସୁରେଶ କୁମାର ଏକନାଥ କରିଥିଲେ । ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ଅଦ୍ଭୁତପୂର୍ବ ଉପଲବ୍ଧି ସେ ହାସଲ କରିଛନ୍ତି. ବାଉଁଶରୁ ପ୍ରସ୍ତୁତ (କରଡ଼ି ) ରୁ ୧୦୦ ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରି ସେ ଗିନିଜ ୱାର୍ଲଡ ରେକର୍ଡରେ ସେ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ସେ କୋଶଲି କ୍ୟୁଜିନ ନାମକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

ଉତ୍ସବରେ ଅନ୍ୟାନ୍ୟ ବିଶେଷ ଅତିଥି ଭାବରେ ବଲାଙ୍ଗୀର ଷ୍ଠିତ (ଷ୍ଟେଟ ଇନ୍ଷ୍ଟିଟ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ) ର ଅଧ୍ୟାପକ ଶ୍ରୀଯୁକ୍ତ ସୁମିତ କୁମାର ମିଶ୍ର, ଓ ଅଧ୍ୟାପକ ଶ୍ରୀଯୁକ୍ତ ବିଜୟକୁମାର କରନ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟାକ୍ଷା ଡ଼ ପୁଣ୍ୟତୋୟା ବିଶ୍ୱାଳ, ସି. ଏଚ. ଏସ. ଇ (ବିଜ୍ଞାନ ) ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନା ପାଇଁ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମଟିର ମଞ୍ଚ ପରିଚାଳନା ଅନୁଷ୍ଠାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଓ ଅନୁଷ୍ଠାନର ଅଧ୍ୟାପିକା ଭକ୍ତି ପଢ଼ାରିଆ କରିଥିଲେ । ଉତ୍ସବରେ ଅନୁଷ୍ଠାନର ଛାତ୍ର, ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉତ୍ସବରେ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଅନେକ ଛାତ୍ର, ଛାତ୍ରୀ ଯୋଗଦାନ କରି ନିଜର ଅନ୍ତର୍ନିହିତ କଳାର ପ୍ରଦର୍ଶନ କରିଥିଲେ. ଛାତ୍ର, ଛାତ୍ରୀ ମାନେ ଷ୍ଟଲ ଗୁଡିକୁ ଅତି ସୁନ୍ଦର ଭାବରେ ସଜାଇଥିଲେ । କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଷ୍ଟଲ ଉଦଘାଟିତ ହୋଇ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଷ୍ଟଲ ଗୁଡିକରେ ଏବର୍ଷ ଭାରତୀୟ ପାରମ୍ପରିକ ଖାଦ୍ୟ ସାମଗ୍ରୀ ଗୁଡିକ ପ୍ରଦର୍ଶିତ ହୋଇଥିଲା । ଭାରତର ବିଭିନ୍ନ ପ୍ରଦେଶର ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ସାମଗ୍ରୀ ଗୁଡକିର ପ୍ରସ୍ତୁତି ଓ ଉପସ୍ଥାପନା ଶୈଳୀ ଅଭିଭାବକ, ଅଭିଭାବିକା ଏବଂ ଅତିଥି ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା.ବିଦ୍ୟାଳୟର ଏପରି ଅଭିନଵ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ପସନ୍ଦ କରିଛନ୍ତି ଏବଂ ଏଥି ପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି