କନକ ବ୍ୟୁରୋ : ଜୀବନ ବଞ୍ଚାଇ ଦେଲେ ବିଘ୍ନବିନାଶକ । ସମୁଦ୍ରରେ ୩୬ ଘଣ୍ଟା ଧରି ଗଣେଶକୁ ଧରି ଜୀବନ ବଞ୍ଚାଇବାକୁ ୧୪ ବର୍ଷ ବାଳକର ସଂଘର୍ଷ । ଗୁଜରାଟ ସୁରତରେ ଆସିଛି ଏଭଳି ଘଟଣା । ପୁଅ ମରିିଗଲା ଭାବି ପରିବାରରେ କାନ୍ଦ ବୋବାଳି ଲାଗି ରହିଥିଲା । ଏହି ସମୟରେ ପୁଅ ଜୀବତ ଅବସ୍ଥାରେ ଘରକୁ ଫେରିଥିଲେ ।

Advertisment

୧୩ବର୍ଷର ଲଖନ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବାକୁ ପରିବାର ସହ ବେଳାଭୂମିକୁ ଯାଇଥିଲେ । ସେଠାରେ ବିସର୍ଜନ ଦେଖୁ ଦେଖୁ ତାଙ୍କ ଭାଇ ଗଭୀର ପାଣିରେ ବୁଡ଼ିଯାଉଥିବା ଭାବି ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ସମୁଦ୍ର ଲହଡ଼ି ତାଙ୍କୁ ଭିତରକୁ ଟାଣି ନେଇ ଚାଲିଯାଇଥିଲା । ଭାଇ ସିନା ବଞ୍ଚିଗଲେ କିନ୍ତୁ ଲଖନ ସମୁଦ୍ର ଭିତରକୁ ଭାସିଯାଇଥିଲେ । ହେଲେ ସମୁଦ୍ର ଭିତରେ ହାର ମାନିନଥିଲେ ଲଖନ । ଜୀବନ ବଞ୍ଚାଇବାକୁ ପାଣି ଢ଼େଉରେ କରି ଚାଲିଥିଲେ ସଂଘର୍ଷ ।

ସମୁଦ୍ରର ଅକାତ ପାଣି ଭିତରେ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ ଘଣ୍ଟା କାଳ ସମୁଦ୍ରରେ ଭାସିଥିଲେ । ୩୬ ଘଣ୍ଟା କାଳ ଭୋକ ଉପାସରେ ପାଣି ଭିତରେ ଜୀବନ ବଞ୍ଚାଇବାକୁ କରି ଚାଲିଥିଲେ ଉଦ୍ୟମ । ପରେ ମତ୍ସଜୀବୀମାନେ ତାଙ୍କୁ ଜୀବିତ ଅବସ୍ଥାରେ କୂଳକୁ ଆଣି ପୋଲିସକୁ ଖବର ଦେଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ନଭସାରିର ଏକ ହସ୍ପିଟାଲରେ ଭର୍ତ କରାଯାଇଥିଲା ।