ପାରାଦୀପରେ ଜଳିଗଲା ବାଣ ଦୋକାନ: ଲକ୍ଷାଧିକ ଟଙ୍କା ବାଣ ପୋଡି ପାଉଁଶ

Advertisment
ପାରାଦୀପରେ ଜଳିଗଲା ବାଣ ଦୋକାନ: ଲକ୍ଷାଧିକ ଟଙ୍କା ବାଣ ପୋଡି ପାଉଁଶ

କନକ ବ୍ୟୁରୋ: ଜଳିଗଲା ବାଣ ଦୋକାନ । ପାରାଦୀପ ନୂଆଗଡ଼ ଛକରେ ଜଳିଯାଇଛି ବାଣ ଦୋକାନ । ବିଳମ୍ବିତ ରାତିରେ ଘଟଣା ଘଟିଛି ଏଭଳି ଅଭାବନୀୟ । ବାଣ ଦୋକାନ ଭିତରେ ଚାରିଜଣ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ପୂରା ଦୋକାନ ଜଳି ଉଠିଥିଲା । ଦୁର୍ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଦୋକାନରେ ଥିବା ଚାରିଜଣ । ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଅାଁକୁ ଆୟତ କରିଛି । ନିଅାଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ବାଣ ପୋଡ଼ି ନଷ୍ଟ ହୋଇଯାଇଛି । ସେପଟେ ଏନେଇ ଥାନାରେ କୌଣସି ରିପୋର୍ଟ କରାଯାଇନଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe