ବ୍ରହ୍ମଗିରି ତିତିପ ଗାଁରେ ଭୟାବହ ଅଗ୍ନିକାଣ୍ଡ : ଆସବାବ ପତ୍ର, ସୁନା ଗହଣା, ଧାନ ଚାଉଳ ପୋଡ଼ି ପାଉଁଶ; ନିଆଁ ଲାଗିବାର କାରଣ ଅସ୍ପଷ୍ଟ

66

କନକ ବ୍ୟୁରୋ : ବ୍ରହ୍ମଗିରି ତିତିପ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ବଖରା ଘର ଜଳିଯିବା ସହ ସମସ୍ତ ଆସବାବ ପତ୍ର, ସୁନା ଗହଣା, ଧାନ ଚାଉଳ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ରହିଥିଲା ଯେ ଘରେ ବନ୍ଧା ହୋଇଥିବା ଦୁଇଟି ଗାଇ ଗୋରୁ ଜିଅନ୍ତା ଜଳିଯାଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି ।

ସେହିପରି ଢେଙ୍କାନାଳ କାମାକ୍ଷାନଗର ହାଟୁଆରି ଗାଁରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ବଖରା ଘର ପୋଡ଼ି ପାଉଁଶ ହୋଇଛି । ଏପରିକି ଘରେ ଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି ।