କେନ୍ଦ୍ରପଡା ମାର୍ଶାଘାଇ ଗିରଙ୍ଗ ଗାଁରେ ଅଗ୍ନିକାଣ୍ଡ : ଗୋଟିଏ ପରିବାରର ମାସକର ଶିଶୁ ସମେତ ୫ ଗୁରୁତର ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

67

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଘଟଣ । ଅଗ୍ନିକାଣ୍ଡରେ ଟୁକୁନା ବାରିକଙ୍କ ଗୋଟିଏ ପରିବାରର ୫ ଜଣ ପୋଡି ହୋଇ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଘଟିଛି ଘଟଣା । ଗୁରୁତରଙ୍କ ମଧ୍ୟରେ ଜଣେ ମାସକର ଶିଶୁ ରହିଛି । ସମସ୍ତ ଆହତଙ୍କୁ କେନ୍ଦ୍ରାପଡା ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଜିରଙ୍ଗ ଗ୍ରାମର ଟୁକୁନା ବାରିକ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି, ପୁଅ ଶିବବ୍ରତ ଓ ଏକ ମାସର ନାତି ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ତେବେ ଗଭୀର ନିଦରେ ଶୋଇଥବା ହେତୁ ସେମାନେ ଜାଣି ପାରି ନ ଥିଲେ। ତେବେ ପଡ଼ୋଶୀ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.