କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଘଟଣ । ଅଗ୍ନିକାଣ୍ଡରେ ଟୁକୁନା ବାରିକଙ୍କ ଗୋଟିଏ ପରିବାରର ୫ ଜଣ ପୋଡି ହୋଇ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଘଟିଛି ଘଟଣା । ଗୁରୁତରଙ୍କ ମଧ୍ୟରେ ଜଣେ ମାସକର ଶିଶୁ ରହିଛି । ସମସ୍ତ ଆହତଙ୍କୁ କେନ୍ଦ୍ରାପଡା ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଜିରଙ୍ଗ ଗ୍ରାମର ଟୁକୁନା ବାରିକ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି, ପୁଅ ଶିବବ୍ରତ ଓ ଏକ ମାସର ନାତି ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ତେବେ ଗଭୀର ନିଦରେ ଶୋଇଥବା ହେତୁ ସେମାନେ ଜାଣି ପାରି ନ ଥିଲେ। ତେବେ ପଡ଼ୋଶୀ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/5-31.jpg)