କନକ ବ୍ୟୁରୋ : ଫଳ ଦୋକାନରେ ଲାଗିଲା ନିଆଁ । ଜଳିଗଲା ସେଓ, ଅଙ୍ଗୁର, କମଳା, କଦଳୀ । ଜୟପୁର ସହରର ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଫଳ ଦୋକନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଦୀପାବଳି ପାଇଁ ଦୋକାନରେ ପାଖାପାଖି ୨ଲକ୍ଷରୁ ଅଧିକ ଟଙ୍କାର ଫଳ ମହଜୁଦ୍ ଥିଲା ।
ଜୟପୁରଠାରୁ ନବରଙ୍ଗପୁରକୁ ଯାଇଥିବା ରାସ୍ତାରେ ଥିବା ଏହି ଫଳ ଦୋକନରେ ସବୁବେଳେ ଲୋକଙ୍କ ଭିଡ଼ ଲାଗି ରହିଥାଏ । ସବୁ ପ୍ରକାର ଫଳ ପ୍ରାୟ ଏହି ଦୋକାନରେ ଲୋକଙ୍କୁ ମିଳିଥାଏ । ତେବେ କିଏ କେଉଁ କାରଣରୁ ଏହି ଫଳ ଦୋକନରେ ନିଆଁ ଲଗାଇଲା ତାହାର କାରଣ ଜଣାପଡ଼ିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-24-10h41m24s204.png)
/kanak/media/post_attachments/wp-content/uploads/2022/10/WhatsApp-Image-2022-10-24-at-8.23.35-AM.jpeg)