ଭଦ୍ରକ ପୋଲିସ ବାରାକରେ ଅଗ୍ନିକାଣ୍ଡ : ୩ଯବାନ ଗୁରୁତର, ମଶାଧୂପରୁ ନିଆଁ ଲାଗିଥିବା ସନ୍ଦେହ

98

କନକ ବ୍ୟୁରୋ : ଭଦ୍ରକ ପୁରୁଣା ବଜାର ଥାନା ପୋଲିସ ବାରାକରେ ଅଗ୍ନିକାଣ୍ଡ । ଗତ ରାତିରେ ନିଆଁ ଲାଗିବାରୁ ୩ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମଶାଧୂପରୁ ନିଆଁ ଲାଗିବା ପରେ ପାଖରେ ଥିବା ପୂର୍ବରୁ ଜବତ ବାରୁଦକୁ ଏହି ନିଆଁ ବ୍ୟାପିଥିଲା । ବାରାକରେ ଓଏସଏପି ଯବାନ ମାନେ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ଗୁରୁତର ୩ଯବାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆହତ ୩ଜଣ ଯବାନ ହେଲେ ଗଣେଷ ନାୟକ, ସଂଗ୍ରାମ ଟୁଡୁ ଓ ମନୋରଂଜନ ଘଡେଇ । ଘଟଣାର ଯାଂଚ ଆରମ୍ଭ କରିଛି ଭଦ୍ରକ ପୋଲିସ ।