କନକ ବ୍ୟୁରୋ : ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ବେଳେ ଘଟଣାରେ ୬ଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ମାତ୍ରାରେ ରହିଥିଲା ଯେ ଆପାର୍ଟମେଣ୍ଟ ଭିତରୁ ଲୋକମାନେ ବାହାରିବା କଷ୍ଟକର ହୋଇପଡ଼ିଥିଲା ।
ଫଳରେ ୬ଜଣଙ୍କର ଜୀବନ ଚାଲିଯାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ରହିଥିବା ଜଣାପଡ଼ିଛି । ଆପାର୍ଟମେଣ୍ଟରେ ଥିବା କାର ଜଳିଯାଇଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ଆପାର୍ଟମେଣ୍ଟରେ ଫଶିଥିବା ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି ।
ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ୬ଜଣ ମୃତ
/kanak/media/post_attachments/wp-content/uploads/2023/11/Screen-Shot-2023-11-13-at-12.30.26-PM.jpg)