ଗଞ୍ଜାମ ବ୍ରାହ୍ମଣଦେଇ ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ପରିବାରର ୩୦ ବଖରା ଘର।

ଗଞ୍ଜାମ ବ୍ରାହ୍ମଣଦେଇ ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ପରିବାରର ୩୦ ବଖରା ଘର।

କନକ ବ୍ୟୁରୋ: ବ୍ରାହ୍ମଣଦେଇ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୩୦ବଖରା ଘର ଜଳିଯାଇଛି । ସକାଳ ସମୟରେ ସମସ୍ତେ କାମରେ ବ୍ୟସ୍ତ ଥିବାବେଳେ କୈାଣସି କାରଣରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପିଥିଲା ।

ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ସୋରଡ଼ା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe