କନକ ବ୍ୟୁରୋ: ବ୍ରାହ୍ମଣଦେଇ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୩୦ବଖରା ଘର ଜଳିଯାଇଛି । ସକାଳ ସମୟରେ ସମସ୍ତେ କାମରେ ବ୍ୟସ୍ତ ଥିବାବେଳେ କୈାଣସି କାରଣରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପିଥିଲା ।
ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ସୋରଡ଼ା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/22-8.jpg)