କନକ ବ୍ୟୁରୋ: ଚଳନ୍ତା ବସରେ ଲାଗିଲା ନିଆଁ । ଦିଲ୍ଲୀ ସୀମାନ୍ତ ଗୁରୁଗ୍ରାମର ଜାତୀୟ ରାଜପଥରେ ଘଟିଛି ଏହି ଅଘଟଣ । ବିଳମ୍ବିତ ସନ୍ଧ୍ୟାରେ ସ୍ଲିପର କୋଚରେ ନିଆଁ ଲାଗିବାରୁ ୨ ଜଣଙ୍କ ମୃତ୍ୟୁ ଓ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ହେଲେ ଅଗ୍ନିକାଣ୍ଡରେ ବସଟି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

Advertisment

ସୂଚନା ଅନୁସାରେ ଜୟପୁରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିଲା ସ୍ଲିପର କୋଚ୍ । ବିଳମ୍ବିତ ରାତିରେ ଗୁରୁଗ୍ରାମର ସିଗ୍ନେଚର ଟାୱାର ଫ୍ଲାଏଓଭର ନିକଟରେ ବସରେ ନିଆଁ ଲାଗିଯାଇଥିଲା । ତେବେ କୌଣସି ମତେ ବସରୁ ବାହାରିବାକୁ ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏହାରି ଭିତରେ କିଛି ଯାତ୍ରୀ ନିଆଁରେ ପୋଡି ଗୁରୁତର ଆହତ ହୋଇଛନ୍ତି ।