ଅଧରାତିରେ ମୋବାଇଲ ଦୋକାନାରେ ନିଆଁ : ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ; କାରଣ ଅସ୍ପଷ୍ଟ

ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

65

କନକ ବ୍ୟୁରୋ : ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ । ଜଳି ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ମୋବାଇଲ । ଝାରସୁଗୁଡ଼ା ବକ୍ସି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଗ୍ନିକାଣ୍ଡ । ସୂଚନା ମୁତାବକ ପୋଲିସ ପେଟ୍ରୋଲିଂ କରୁଥିବା ଗାଡ଼ି ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖି ଦମକଳକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳବାହିନୀ ପହଂଚିଲା ବେଳକୁ ସମସ୍ତ ମୋବାଇଲ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଦୋକାନରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସଟସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବ ବୋଲି କହିଛନ୍ତି ଦୋକାନ ମାଲିକ ।