ରାଉରକେଲା ଉଦିତନଗର ପରେଡ ଗ୍ରାଉଣ୍ଡରେ ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର ପିଭିସି ପାଇପ

ନିଆଁ ଲିଭାଇବାକୁ ୨ ଟି ଦମକଳ ଗାଡତ ନିୟୋଜିତ

121

କନକ ବ୍ୟୁରୋ : ରାଉରକେଲା ଉଦିତନଗର ପରେଡ ଗ୍ରାଉଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପିଭିସି ପାଇପ ଜଳିଯାଇଛି । ନିଆଁ ଲିଭାଇବାକୁ ୨ ଟି ଦମକଳ ଗାଡତ ନିୟୋଜିତ । ତେବେ କିଭଳି ନିଆଁ ଲାଗିଲା ଜଣାପଡିନାହିଁ ।
ପ୍ରାୟ ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ଫଳରେ ଅବଶିଷ୍ଟ ପ୍ରାୟ ୩୦ ଲକ୍ଷ ଟଙ୍କାର ପାଇପ ନିଆଁରୁ ବର୍ତ୍ତି ଯାଇଛି । କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । କେହି ଆସାମାଜିକ ଲୋକ ନିଆଁ ଲଗାଇ ଦେଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଘଟଣାସ୍ଥଳରେ ରାଉରକେଲା ଏସପି କେ .ଶିବା ସୁବ୍ରମଣି ଓ ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।