ଗ୍ୟାସ ଟାଙ୍କି ଫାଟିବାରୁ ଅଙ୍ଗନୱାଡି କେନ୍ଦ୍ରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ୨୦ ଛାତ୍ରଛାତ୍ରୀ

161

କନକ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିଲା ନିଆଁ । ମାହାଙ୍ଗା ଥାନା ଲଳିତଗିରି ଅଙ୍ଗନୱାଡି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି । ତେବେ ଗ୍ୟାସ ଟାଙ୍କି ଫାଟିବାରୁ ଅଙ୍ଗନୱାଡି କେନ୍ଦ୍ରରେ ନିଆଁ ଲାଗିଥିଲା । ଦୁର୍ଘଟଣାବେଳେ କେନ୍ଦ୍ରରେ ଶ୍ରେଣୀଗୃହରେ ପିଲା ପ୍ଧଙ୍ଖ ପଢୁଥିଲେ । ଆଉ ୨୦ ଛାତ୍ରଛାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି ।

ଭୟଙ୍କର ଭାବରେ ଅଙ୍ଗନୱାଡି କେନ୍ଦ୍ରରୁ ଉଠିଥିଲା ନିଆଁ ଓ ଧୂଆଁ । ଗ୍ୟାସ ଟାଙ୍କି ଫାଟି ସବୁ କିଛି ଛିନଛତ୍ର ହୋଇଯାଇଥିଲା । ତେବେ ଯଦି ଆଉ ଟିକେ ବିଳମ୍ବ ହୋଇଥାନ୍ତା, କେତେ ବଡ଼ ଅଘଟଣା ଘଟିଯାଇଥାନ୍ତା, ସେକଥା ଆକଳନ କରିବା କଷ୍ଟକର କାରଣ, ଏହି ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ତଳେ ପାଠ ପଢ଼ୁଥିଲେ କୁନି କୁନି ପିଲା । ହେଲେ ସୌଭାଗ୍ୟ କୁହନ୍ତୁ ସଂଯୋଗ ଅଘଟଣ ଘଟିବା ପୂର୍ବରୁ ସଂକଟ ଟଳିଯାଇଥିଲା ।

  • ସମୟ: ଦିନ ପ୍ରାୟ ସାଢ଼େ ୧୧ଟାରୁ ୧୨ଟା
  • ସ୍ଥାନ: ଲଳିତଗିରିି ଅଙ୍ଗନୱାଡି

ଅଚାନକ ଅଙ୍ଗନୱାଡି କେନ୍ଦ୍ରର ରୋଷେଇ ଘରୁ ଉଠିଥିଲା ଧୂଆଁ । ଠିକ୍ ସେଇ ସମୟରେ ଅଣ୍ଟା ଛଡ଼ାଇବାକୁ ବାହାରକୁ ଆସିଥାନ୍ତି ପାଚିକା । ଧୂଆଁ ଦେଖି ମନରେ ଆଶଙ୍କା ହେବାରୁ, ପାଠ ପଢ଼ୁଥିବା କୁନି କୁନି ୨୦ ଜଣ ପିଲାଙ୍କୁ ବାହାରକୁ ନେଇ ଆସିଥିଲେ ପାଚିକା । ଆଉ ଏହାର କିଛି ସମୟ ପରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଗ୍ୟାସ ଟାଙ୍କି ଫାଟି, ସବୁ କିଛି ଛାରଖାର ହୋଇଯାଇଥିଲା ।

ସୂଚନା ଅନୁସାରେ ଗ୍ୟାସ ଲିକ୍ ହୋଇ ଟାଙ୍କି ଫାଟି ଯାଇଥିଲା । ବିସ୍ପୋରଣର ଶବ୍ଦ ଶୁଣିବା ପରେ ଗାଁ ଲୋକ ଧାଇଁ ଆସି, ନିଆଁକୁ ନିୟନ୍ତ୍ରଣ କରିଥିଲେ । ତେବେ ପାଚିକା ଓ ଅଙ୍ଗନୱାଡ଼ି ଦିଦିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ସଂକଟ ଟଳିଯାଇଥିଲା ।