ମଧ୍ୟପ୍ରଦେଶ କମଳା ନେହେରୁ ହସ୍ପିଟାଲରେ ନିଆଁ ଲାଗିବା ଘଟଣା । ଏଯାବତ ୧୨ ଜଣ ଶିଶୁଙ୍କ ମୃତ୍ୟୁ ।

52

କନକ ବ୍ୟୁରୋ: କମଳା ନେହେରୁ ହସ୍ପିଟାଲରେ ନିଆ ଲାଗିବା ଘଟଣାରେ ଗତ ୩୬ ଘଣ୍ଟା ମଧ୍ୟରେ ଆହୁରି ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକ ପ୍ରକାଶ କରିବା ସହ ମୃତତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ଏ ମାମଲାରେ ୨ ଜଣ ଡାକ୍ତର, ହସ୍ପିଟାଲ ଡାଇରେକ୍ଟର ଓ ଇଲେକଟ୍ରିକ ବିଭାଗର ସବ ଇଂଜିନିଅରଙ୍କୁ ପଦବୀରୁ ହଟେଇ ଦିଆଯାଇଛି ।

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ କମଳା ନେହେରୁ ହସ୍ପିଟାଲରେ ସୋମବାର ଘଟିଥିବା ଅଗ୍ନିକାଣ୍ଡରେ ବର୍ତମାନ ସୁଦ୍ଧା ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ୪ ନବଜାତଙ୍କ ମୃତ୍ୟୁ ହୋଇଥିବାବେଳେ ୩୬ ଘଣ୍ଟା ଭିତରେ ଆହୁରି ୮ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି ।

ସେପଟେ ଡାକ୍ତରଖାନାର ଶିଶୁରୋଗ ବିଭାଗରେ ଭୀଷଣ ଅଗ୍ନିକାଣ୍ଡ ଘଟଣାକୁ ଆକ୍ସନ ମୋଡରେ ସରକାର । ଘଟଣାର ୪୮ ଘଣ୍ଟା ଭିତରେ ୩ ଜଣ ଅଧିକାରୀଙ୍କୁ ପଦବୀରୁ ହଟେଇ ଦିଆଯାଇଛି । ଗାନ୍ଧୀ ମେଡିକାଲ କଲେଜର ଡିନ ଡ. ଜିତେନ୍ଦ୍ର ସୁକ୍ଲା, ହମିଦିଆ ମେଡିକାଲ ସୁପରିଟେନଡେଣ୍ଟ ଲୋକେନ୍ଦ୍ର ଦାଭୋ, କମଲା ନେହେରୁ ହସ୍ପିଟାଲ ଡାଇରେକ୍ଟର କେ.କେ ଦୁବେଙ୍କ ସମେତ ସମେତ ଇଲେକଟ୍ରିକ ବିଭାଗର ସବ ଇଞ୍ଜିନିଅରଙ୍କୁ ପଦବୀରୁ ହଟେଇ ଦିଆଯାଇଥିବା ଜଣାପଡିଛି । ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟି ଅନେକ ନବଜାତଙ୍କ ଜୀବନ ଚାଲିଯିବା ପରେ ପରିବାର ଲୋକ ଏକପ୍ରକାର ଭାଙ୍ଗି ପଡିଛନ୍ତି ।

ହସ୍ପିଟାଲର ଶିଶୁ ଚିକିତ୍ସା ବିଭାଗରେ ସୋମବାର ରାତିରେ ଭୀଷଣ ନିଆଁ ଲାଗିଥିଲା । ଏସଏନସିୟୁରେ ୪୦ ଜଣ ନବଜାତ ଶିଶୁଙ୍କ ଚିକିତ୍ସା ଚାଲିଥିଲା । ଅଗ୍ନିକାଣ୍ଡ ପରେ ୩୬ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୪ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣାର ୩୬ ଘଣ୍ଟା ଭିତରେ ଆହୁରି ୮ ଶିଶୁ ପ୍ରାଣ ହରାଇଛନ୍ତି । ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବା ସହ ମାମଲାର ତୁରନ୍ତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ।