ଗୁଜୁରାଟ ଅହମ୍ମଦାବାଦ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ : ୩ ମହିଳା ସମେତ ୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ, ୩୫ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର; ଆଇସିୟୁରେ ନିଆଁ ଲାଗି ଅନ୍ୟ ୱାର୍ଡକୁ ବ୍ୟାପିଥିବା ସୂଚନା  

ସଟସର୍କିଟ ଅନୁମାନ ,ଫରେନସିକ୍ ଟିମର ଯାଂଚ ଆରମ୍ଭ

167

କନକ ବ୍ୟୁରୋ : ଗୁଜୁରାଟ ଅହମ୍ମଦାବାଦ କୋଭିଡ୍ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗି ଶ୍ରେୟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩ ମହିଳା ସମେତ ୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏବଂ ଜଣେ ପାରାମେଡିକାଲ ଷ୍ଟାଫ୍ ଆହତ ହୋଇଛନ୍ତି । ହସ୍ପିଟାଲରେ ଥିବା ୩୫ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଆଇସିୟୁରେ ନିଆଁ ଲାଗିବା ପରେ ଅନ୍ୟ ୱାର୍ଡକୁ ବ୍ୟାପିଥିଲା । ନିଆଁ ଲାଗିବା ସମୟରେ ଆଇସିୟୁରେ ୧୦ ଜଣ କରୋନା ରୋଗୀ ଥିଲେ ଏବଂ ହସ୍ପିଟାଲରେ ୪୯ ଜଣ କରୋନା ରୋଗୀ ଥିଲେ ।

ଭୋର ୩ଟା ୧୫ରେ ନିଆଁ ଲାଗିଥିଲା ଓ କିଛି ସମୟ ପରେ ଦମକଳ ବିଭାଗ ଗାଡି ଘଟଣାସ୍ଥଳରେ ପହଁଚି ଥିଲେ । ପ୍ରାୟ ୪ଟା ୨୦ ବେଳକୁ ନିଆଁକୁ ଆୟତ କରାଯାଇ ପାରିଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ତିନି ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।