କନକ ବ୍ୟୁରୋ: ଏଥର ପୋଷା କୁକୁର କାମୁଡ଼ିଲେ ଦେବାକୁ ପଡ଼ିବ ୧୦ହଜାର ଟଙ୍କାର ଜରିମାନା । ବିଏମସି ପୋଷା କୁକୁରଙ୍କ ପାଇଁ ଆଣିବାକୁ ଯାଉଛି ବଡ଼ ନିୟମ । ଯେଉଁ ନିୟମରେ ଯଦି ପୋଷା କୁକୁର କାମୁଡ଼ିଲା ପରେ ସମ୍ପୃକ୍ତି ବ୍ୟକ୍ତି ଯାଇ ଅଭିଯୋଗ କଲେ କୁକୁର ମାଲିକଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୋଷା କୁକୁର ମାଲିକ, ବାହାରେ କୁକୁରଙ୍କର ମଳତ୍ୟାଗ କରାଇପାରିବେ ନାହିଁ । ଯେ କୌଣସି ସମୟରେ ଚାହିଁଲେ ମାଲିକମାନେ ନିଜ ପୋଷା କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ । ଘରେ ପୋଷା କୁକୁର ରଖିଲେ, ରେଜିଷ୍ଟ୍ରସନ କରିବା ସହ ଫି’ ବାବଦରେ ୫ଶହ ଟଙ୍କା ଦେବାକୁ ପଡ଼ିବ । ଅନେକ ସମୟରେ ବାହାରେ ପୋଷା କୁକୁର ଲୋକଙ୍କୁ କାମୁଡୁଥିବା ନେଇ ବିଏମସି ପାଖକୁ ଆଭିଯୋଗ ଆସୁଛି । ବିଏମସି ପକ୍ଷରୁ ଏହି ଅଧିନିୟମକୁ ପାସ୍ କରି ସରକାରଙ୍କ ପାଖକୁ ପଠାଯାଇଛି । ଏହି ନିଷ୍ପତିକୁ କିଛି ଜଣ ସ୍ୱାଗତ କରିଥିବା ବେଳେ କିଛି ବ୍ୟକ୍ତି ଏହାକୁ ନେଇ ପ୍ରଶ୍ନ କରିଛନ୍ତି । ଏବଂ ବୁଲା କୁକୁର କାମୁଡିଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ।
ପୋଷା କୁକୁର କାମୁଡିଲେ ଦେବାକୁ ପଡ଼ିବ ୧୦ହଜାର ଟଙ୍କା ଜରିମାନା। ବିଏମସି ପୋଷା କୁକୁରଙ୍କ ପାଇଁ ଆଣିବାକୁ ଯାଉଛି ବଡ଼ ନିୟମ।
/kanak/media/post_attachments/wp-content/uploads/2023/04/30-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)