ପ୍ରାଣ ନେଇଗଲେ ଫାଇନାନ୍ସ କର୍ମଚାରୀ: ଦୀର୍ଘ ୨୧ ଦିନର ସଂଘର୍ଷ ପରେ ଆଖି ବୁଜିଲେ ସ୍ୱିଗି ବୟଙ୍କ ଭାଇ 

2,048

କନକ ବ୍ୟୁରୋ: ଦୀର୍ଘ ୨୧ ଦିନର ସଙ୍ଘର୍ଷ ପରେ ଶେଷରେ ଆଖି ବୁଜିଲେ ସ୍ୱିଗି ବୟଙ୍କ ଭାଇ ସୌମ୍ୟରଞ୍ଜନ । ଗତ ୨୬ ସେପ୍ଟମ୍ବରରେ ଭୁବନେଶ୍ୱର ଫାୟାର ଷ୍ଟେସନ୍ ନିକଟରେ ମହାବୀର ଫାଇନାନ୍ସର କିଛି କର୍ମଚାରୀ ଓ ଭଡାଟିଆ ଗୁଣ୍ଡା ଭୂଲ୍ ବୁଝାମୁଣାକୁ କେନ୍ଦ୍ର କରି ସ୍ୱିଗି ବୟ ସୁପ୍ରଭାସ ଓ ତାଙ୍କ ବଡ ଭାଇ ସୌମ୍ୟରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେବେଠାରୁ ହସ୍ପିଟାଲରେ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ସୌମ୍ୟରଞ୍ଜନ ଶେଷରେ ପ୍ରାଣ ହରାଇଛନ୍ତି ।

ଗତକାଲି ସନ୍ଧ୍ୟା ୮ଟାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଭିଯୁକ୍ତମାନେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣିବା ଯୋଗୁଁ ସେ ଗୁରୁତର ହୋଇପଡିଥିଲେ । ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ତାଙ୍କ ଖପୁରୀ ୨ ଖଣ୍ଡ ହୋଇଯାଇଥିଲା । ଘଟଣାରେ ସମ୍ପୃକ୍ତ ୬ଜଣଙ୍କ ମଧ୍ୟରୁ ପୁଲିସ ଫାଇନାନ୍ସର କର୍ମଚାରୀଙ୍କ ସମେତ ୩ଜଣ ଭଡାଟିଆ ଗୁଣ୍ଡାକୁ ଗିରଫ କରିଛି । ଏବେବି ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି ।