ବିଜେପି ମିଶ୍ରଣ ପର୍ବରେ ମାରପିଟ୍ । ସଭାମଞ୍ଚକୁ ଉଠି ଚେୟାର ଫିଙ୍ଗାଫିଙ୍ଗି କରି କଲେ ଉତ୍ତେଜନା ।

440

କନକ ବ୍ୟୁରୋ: ବିଜେପି ମିଶ୍ରଣ ପର୍ବରେ ଗଣ୍ଡଗୋଳ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଜୋନ-୧ ଝରିଆବାହାଲ ଠାରେ ୪ଟି ପଂଚାୟତର ଲୋକଙ୍କୁ ନେଇ ମିଶ୍ରଣ ପର୍ବ ଆୟୋଜନ କରିଥିଲା ବିଜେପି । ମିଶ୍ରଣ ପର୍ବ ପୂର୍ବରୁ ଅନ୍ୟ ଦଳର ଜଣେ ବ୍ୟକ୍ତି ମଂଚ ଉପରକୁ ଜୋର ଜଦରଦସ୍ତି ଯାଇ ହୋହଲ୍ଲା କରିଥିଲେ । ପରିସ୍ଥିତି ଏପରି ହେଲା ଯେ ମଂଚ ଉପରେ ଥିବା ଚେୟାରଗୁଡ଼ିକୁ ଫୋପାଡ଼ି ଦେଇଥିଲେ । ପରେ ସଭା ସ୍ଥଳରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ପହଂଚିବା ପରେ ସଭା ହୋଇଥିଲା । ହେଲେ ଏପରି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସେପଟେ ଏଭଳି ଘଟଣା ପାଇଁ ବିଜେଡିକୁ ଦାୟୀ କରିଛନ୍ତି ଟଙ୍କଧର ତ୍ରିପାଠୀ ।