ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ କିଛି ମିଟର ବାକି । ଆଜି ଉଦ୍ଧାର ପାଇଁ ସବୁ ପ୍ରସ୍ତୁତି ଶେଷ ।

268

କନକ ବ୍ୟୁରୋ: ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର କିଛି ମିଟର ବାକି । ଆଜି ଉଦ୍ଧାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ଡ୍ରିଲିଂ କାମ । ଦିନ ୧୧ଟାରୁ ୧୧ଟା ୩୦ ଭିତରେ ଡ୍ରିଲିଂ କାମ ଆରମ୍ଭ ହେବ ବୋଲି କୁହାଯାଉଛି ।

ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି । ମେସିନ ଖରାପ ଯୋଗୁ ଗତକାଲି ରାତିରୁ ବନ୍ଦ ରହିଥିଲା କାମ । ଦୁଇ ଦିନ ତଳେ ଉଦ୍ଧାର ହୋଇଯିବେ ୪୧ ଶ୍ରମିକ, ଏଭଳି ବିଶ୍ୱାସ ରହିଥିଲା । କିନ୍ତୁ ଏବେ ବିଭିନ୍ନ କାରଣ ଯୋଗୁଁ ଦିନ ଗଡ଼ୁଛି, ଅପେକ୍ଷା ବି ବଢ଼ୁଛି । ଏନଡିଆରଏଫ, ଏସଡିଆରଏଫ୍, ଆଇଟିବିପି ଠାରୁ ଆରମ୍ଭ କରି ସମସ୍ତ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତି । ପର୍ଯ୍ୟାୟକ୍ରମେ ଖାଦ୍ୟ-ପାନୀୟ ଯୋଗାଇ ଦିଆଯାଉଛି । ଆଉ ଉଦ୍ଧାରକାରୀ ଦଳ ମଧ୍ୟ ଲଗାତର ସେମାନଙ୍କର ଯୋଗାଯୋଗରେ ରହିଛନ୍ତି । ବୁଧବାର ଅର୍ଥ ଅଗର ମେସିନ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲା । ମେସିନ୍ ଦ୍ୱାରା ୪୫ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କାମ ବି ସରିଥିଲା । ଆଉ ଲାଗୁଥିଲା, କିଛି ଘଂଟା ଭିତରେ ଅପରେସନ୍ ଶେଷ ହୋଇଯିବ ଏବଂ ସମସ୍ତେ ବାହାରକୁ ଆସିଯିବେ । ୪୫ ମିଟର ଖୋଳିବା ପରେ ମେସିନ୍ ଖରାପ ହୋଇଯାଇଥିଲା ।