କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୬୧୭ ରହିଛି । ଅନୁଗୁଳ, ୭୬, ବାଲେଶ୍ୱର ୫୬, ବରଗଡ ୬୧, ଭଦ୍ରକ ୧୯, ବଲାଙ୍ଗୀର ୬୩, ବୌଦ୍ଧ ୧୪, କଟକ ୧୨୬, ଦେବଗଡ ୫, ଢେଙ୍କାନାଳ ୧୭, ଗଜପତି ୮, ଗଞ୍ଜାମ ୨୨, ଜଗତସିଂହପୁର ୭୬, ଯାଜପୁର ୪୨, ଝାରସୁଗୁଡା ୩୯, କନ୍ଧମାଳ ୩୯, କେନ୍ଦ୍ରାପଡା ୭୫, କେନ୍ଦୁଝର ୫୧, ଖୋର୍ଦ୍ଦା ୧୭୦, କୋରାପୁଟ୍ ୨୪, ମାଲକାନଗିରି ୨୫, ମୟୁରଭଞ୍ଜ ୫୦, ନବରଙ୍ଗପୁର ୩୪, ନୟାଗଡ ୩୧, ନୂଆପଡା ୬୧, ପୁରୀ ୬୪, ରାୟଗଡା ୧୩, ସମ୍ବଲପୁର ୩୪, ସୋନପୁର ୨୭, ସୁନ୍ଦରଗଡ ୧୧୨, ଷ୍ଟେଟପୋଲ ୩୦ ।

Advertisment

ଏହାସହ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୦୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୪୫,୫୫,୮୧୫ ଜଚ୍ଚଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୯୦,୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ମୋଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୨,୭୩,୮୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୯୦୫ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣରେ ୧୨ ଜଚ୍ଚଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୨୦ କୁ ବୃଦ୍ଧି ପାଇଛି । ୧୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଦା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨ ଜଣ, ଗଞ୍ଜାମ, ଝାରସୁଗୁଡା, ନୂଆପଡା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ର୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।