କନକ ବ୍ୟୁରୋ: ଓଡିଶାରେ ହେବ କି ଆଗୁଆ ନିର୍ବାଚନ । ସାଧାରଣ ନିର୍ବାଚନକୁ ବର୍ଷେରୁ ଅଧିକ ଦିନ ବାକି ଅଛି । ଏପରି ସ୍ଥିତିରେ ବହୁ ସମୟ ପୂର୍ବରୁ ଇଭିଏମ୍ ଆସିବା ନିର୍ବାଚନ ଆଗୁଆ ହେବା ନେଇ ଇସାରା ଦେଉଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବା କଥା କହିଥିଲେ । ସେହିପରି ଶାସକ ଦଳ ତରଫରୁ ବିଭିନ୍ନ ସ୍ଥାନରେ ବଡ ବଡ ସଭା ହେଉଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭ ଦେଉଛନ୍ତି । ଏ ପୁରା ପ୍ରକ୍ରିୟାକୁ ଦେଖିଲେ ଅନୁମାନ ହେଉଛି ଯେ କେଉଁଠି ନା କେଉଁଠି ଆଗୁଆ ବିଧାନସଭା ନିର୍ବାଚନରେ ଆଭାସ ମିଳିଛି । ତେଣୁ ଏହି ଧାରାରେ ସାଧାରଣ ନିର୍ବାଚନକୁ ଯେତେବେଳେ ବହୁ ସମୟ ବାକି ରହିଛି ଟ୍ରକରେ ଇଭିଏମ୍ ମେସିନ ଆସିବା ଏପରି ଏକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ହାଇଦ୍ରାବାଦରୁ କଡା ସୁରକ୍ଷା ମଧ୍ୟରେ ଏହି ସବୁ ଇଭିଏମ୍ ଆସିଛି । ମୋଟ୍ ୬ଟି ଟ୍ରକରେ ୬୩୦ଟି ବାକ୍ସରେ ୮ ହଜାର ୨୦୦ ଇଭିଏମ୍ ଆସିଛି ।