ନିର୍ମାଣର କିଛି ଦିନ ପରେ ରାସ୍ତାର ଅବସ୍ଥା ଶୋଚନୀୟ। ଉଦଳାରୁ ଆସିଲା ଦୁର୍ନୀତିର ସାଙ୍ଘାତିକ ଅଭିଯୋଗ।

ନିର୍ମାଣର କିଛି ଦିନ ପରେ ରାସ୍ତାର ଅବସ୍ଥା ଶୋଚନୀୟ। ଉଦଳାରୁ ଆସିଲା ଦୁର୍ନୀତିର ସାଙ୍ଘାତିକ ଅଭିଯୋଗ।

କନକ ବ୍ୟୁରୋ: କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରାଗଲା । ହେଲେ ରାସ୍ତା ନିର୍ମାଣ ହେବାର ମାତ୍ର ଏକ ସପ୍ତାହ ନଯାଉଣୁ ରାସ୍ତାର ଅବସ୍ଥା ବେହାଲ । କେଉଁଠି ରାସ୍ତାରୁ ପିଚୁ ଉଠିଗଲାଣି ତ ପୁଣି କେଉଁଠି ପିଚୁ ବୋଳା ଚିପ୍ସ ବାହାରିପଡ଼ିଲାଣି । ଏହି ସବୁ ଦୃଶ୍ୟ ହିଁ ବୟାନ କରୁଛି କେତେ ନିମ୍ନମାନର ହୋଇଛି ରାସ୍ତାକାମ । ରାସ୍ତା ନିର୍ମାଣ ନାଁରେ ଅର୍ଥ ହରିଲୁୂଟ୍ ହୋଇଥିବା ଅଭିଯୋଗ ଉଦଳାରୁ ଆସିଛିିା

ଉଦଳା ଗଡ଼ ବ୍ଲକ ବାଉଣ୍ଡରୀ ଠାରୁ ଦାମା ସାହି ପର୍ଯ୍ୟନ୍ତ ୭ କିଲୋମିଟରର ଏହି ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଖର୍ଚ୍ଚ ହୋଇଛି ୪କୋଟି ୫୫ଲକ୍ଷ ୨୫ ହଜାର ୭୨୦ ଟଙ୍କା । ଚଳିତ ମାସ ୫ତାରିଖରେ ଏହି ରାସ୍ତା କାମ ଶୋଷ ହୋଇଛି । ହେଲେ ରାସ୍ତା କାମ ଶେଷ ନହେଉଣୁ ରାସ୍ତାର ଅବସ୍ଥା ପୁରା ଶୋଚନୀୟ । ଏବେ କେବଳ ରାସ୍ତା ପାଶ୍ୱର୍ରେ ଖାଲି ମାଟି ପକାଯାଉଛି । ରାସ୍ତା ମଝିରୁ ପିଚୁ ଗୋଳା ଉଠିଯାଉଛି । କେବଳ ସେତିକି ନୁହେଁ ଗୋଟିଏ ଭାରିଯାନ ଗଲେ ରାସ୍ତା ଦବିଯାଉଛି । ଏଭଳି ନିମ୍ନମାନର କାମ ପାଇଁ ସ୍ଥାନୀୟ ଅଂଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe