ମଦ ପାଇଁ ମରିଗଲା ମଣିଷପଣିଆ ! ମାଆ କୋଳରୁ ଛୁଆକୁ ଛଡାଇ ନେଇ ବିକି ଦେଲା ବାପା

400

କନକ ବ୍ୟୁରୋ: ମଦ ଆଗ, ପୁଅ ପଛ । ମଦ ପିଇବା ପାଇଁ ପୁଅକୁ ପର କରିଦେଲା ବାପା । ଗିଲାସେ ମଦ ପାଇଁ ପୁଅକୁ ବିକିଦେଲା ବାପା । ମାଆ କୋଳରୁ ଜୋର ଜବରଦସ୍ତ ପୁଅକୁ ଛଡାଇ ନେଇ ବିକ୍ରି କରିଦେଲା ମଦୁଆ ବାପା । ମାତ୍ର ୧୦ ହଜାର ଟଙ୍କା ପାଇଁ ନିଜ ରକ୍ତରୁ ଜନ୍ମିତ ୭ ମାସର କଅଁଳ ଶିଶୁକୁ ଅନ୍ୟ ଜଣଙ୍କ ହାତରେ ଟେକିଦେଲା ବାପା ।

ତେବେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଉମରକୋଟରୁ । ଉମରକୋଟ ଥାନା ବୁର୍ଜା ପଞ୍ଚାୟତ ପୂଜାରୀଗୁଡା ଗାଁର ସଗାରାମ ଲୋହାର ତାଙ୍କ ୭ ମାସର ପୁଅକୁ ଟଙ୍କା ପାଇଁ ଜଣଙ୍କୁ ବିକି ଦେଇଥିବା ଅଭିଯୋଗ ହୋଇଛି । ତେବେ ମଦ ପାଇଁ ବାପା ନିଜ ଜନ୍ମକଲା ପୁଅକୁ ବିକି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସଗାରାମଙ୍କ ସ୍ତ୍ରୀ ସନମତି ।

ଗତକାଲି ସଗାରାମ ତାଙ୍କ ସ୍ତ୍ରୀ ଓ ୭ ମାସର ପୁଅକୁ ନେଇ ଉମରକୋଟ ପେଣ୍ଡରାଣୀ ମନ୍ଦିରକୁ ବୁଲିବା ପାଇଁ ଆସିଥିଲେ । ଆଉ ସେହି ସମୟରେ ସଗାରାମ ନିଜ ସ୍ତ୍ରୀଙ୍କୁ ପ୍ରବଳ ମାଡ ମାରି ତାଙ୍କ ଠାରୁ ପୁଅକୁ ଛଡାଇ ନେଇଥିଲେ ଆଉ ଯୋଜନା ମୁତାବକ ମନ୍ଦିରରେ ଉପସ୍ଥିତ ଥିବା ୨ ଜଣ ବ୍ୟକ୍ତିଙ୍କୁ ବିକି ଦେଇଥିଲେ ।

ପୁଅକୁ ବିକିବା ପରେ ସନମତି ଓ ସଗାରାମ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ହେଲେ ସେଠାରେ ପୁଅ କୁଆଡେ ଗଲା ବୋଲି ଶ୍ୱଶୁର ଘର ଲୋକେ ପଚାରିବାରୁ ସଗାରାମ କହିଥିଲେ ପୁଅ ମରିଯାଇଛି ବୋଲି । ସଗାରାମଙ୍କ ଏହି କଥା ଶୁଣିବା ପରେ ଶ୍ୱଶୁର ଘର ଲୋକଙ୍କର ସନ୍ଦେହ ହୋଇଥିଲା । ଆଉ ସେମାନେ ସନମତିଙ୍କୁ ପଚରାଉଚରା କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା ।

ସତକଥା ଶୁଣିବା ପରେ ମଦୁଆ ଜ୍ୱାଇଁଙ୍କୁ ଖୁଣ୍ଟରେ ବାନ୍ଧି ଶ୍ୱଶୁର ଘର ଲୋକ ନିସ୍ତୁକ ଛେଚିଥିଲେ । ମାଡ ମାରିବା ପରେ ଉମରକୋଟ ଥାନାରେ ସଗାରାମଙ୍କ ନାଁରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ସନମତି । ତେବେ କଣ ପାଇଁ ବାପା ନିଜ ରକ୍ତକୁ ମାତ୍ରା ୧୦ ହଜାରରେ ବିକି ଦେବାକୁ ବାଧ୍ୟ ହେଲା ତାର ପ୍ରକୃତ କାରଣ ଜ