କବର ଖୋଳି ମୃତ ଶରୀରକୁ ବାହାରକୁ ବାହାର କଲେ ! କହିଲେ ପୁଅକୁ ବଞ୍ଚାଇ ଦେବେ ତାନ୍ତ୍ରୀକ ବାବା ।

89

ଅନ୍ଧ ବିଶ୍ୱାସର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଏକ ବସ୍ତିରେ । ବସ୍ତିରେ ଜଣେ ବ୍ୟକ୍ତିର ୮ ବର୍ଷର ପୁଅ ଗତ ଏକ ସପ୍ତାହ ତଳେ ମୃତ୍ୟୁବରଣ କରିଥିଲା । ମୃତ୍ୟୁବରଣ କରିବାର ଏକ ସପ୍ତାହ ପରେ ମୃତକର ବାପା ଅନ୍ଧ ବିଶ୍ୱାସରେ ବସବର୍ତ୍ତି ହୋଇ ପୁଅକୁ ବଞ୍ଚାଇବା ଆଶାରେ କବରରୁ ଖୋଳି ବାହାର କରିଥିଲା ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କୁସମୋରା ଗାଁରେ ବାସ କରୁଥିବା ରାମଗରୀବ ନାମକ ଜଣେ ବ୍ୟକ୍ତିଙ୍କ ୮ ବର୍ଷର ପୁଅ ଗତ ଏକ ସପ୍ତାହ ତଳେ ସାପ କାମୁଡାରେ ମୃତ୍ୟୁବରଣ କରିଥିଲା । ପୁଅର ମୃତ୍ୟୁ ପରେ ବାପା ଏପରି ଭାଙ୍ଗି ପଡିଥିଲେ କି, ପୁଅକୁ ପୂନର୍ବାର ଜୀବିତ କରିବା ପାଇଁ ଅନ୍ଧ ବିଶ୍ୱାସର ବସବର୍ତ୍ତି ହୋଇଯାଇଥିଲେ । ପୁଅର ମୃତ୍ୟୁ ପରେ ଗାଁର ଜଣେ ବ୍ୟକ୍ତି ରାମଗରୀବଙ୍କୁ ଏକ ତାନ୍ତ୍ରୀକ ବିଷୟରେ କହିଥିଲେ । ସେ ଏହା କହିଥିଲେ କି, ଜଣେ ତାନ୍ତ୍ରୀକ ଅଛନ୍ତି ଯିଏ ତାଙ୍କ ସାଧନା ବଳରେ ମୃତ ବ୍ୟକ୍ତିଙ୍କୁ ଜୀବିତ କରିବାର କ୍ଷମତା ରଖନ୍ତି । ଏହା ପରେ ରାମଗରୀବ ତାଙ୍କ ପୁଅକୁ ଜୀବିତ କରିବା ପାଇଁ ତାନ୍ତ୍ରୀକ ପାଖକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ତାନ୍ତ୍ରୀକ ରାମଗରୀବଙ୍କୁ କହିଥିଲେ, ପୁଅକୁ କବରରୁ ବାହାର କରି ତା ମୁଣ୍ଡ ଚୁଟିକୁ ଧରି ଭିଡାବା ପାଇଁ ଆଉ ଯଦି ପୁଅର ମୁଁଣ୍ଡରୁ ଚୁଟି ନଉପୁଡେ ତେବେ ତାନ୍ତ୍ରୀକ ବାବା ପୁଅକୁ ପୁନର୍ବାର ଜୀବିତ କରିପାରିବେ ।

ତାନ୍ତ୍ରୀଙ୍କ ଏପରି କଥା ଶୁଣି ବାପା କବର ଖୋଳି ବାପାକୁ ବାହାର କରିଥିଲେ । ଏବଂ ପୁଅ ଚୁଟିକୁ ଘୋଷାଡିଥିଲେ । ଶରୀର ପ୍ରାୟ ୭ ଦିନ ହେବ ପୋତି ହୋଇ ରହିବା ଫଳରେ ତାହା ଧିରେ ଧିରେ ଶଢିବାକୁ ଲାଗିଥିଲା । ଯାହା ଫଳରେ ରାମଗରୀବଙ୍କ ହାତରେ ଅସଫଳତା ଲାଗିଥିଲା । ମୃତ ପୁଅର ଚୁଟି ଟାଣିବାରୁ ମୁଁଣ୍ଡରୁ ଚୁଟି ଉପୁଡି ଆସିଥିଲା । ଆଉ ତା ପରେ ପୁଣି ଥରେ ରାମଗରୀବ ନିରାସ ହୋଇ ପୁଅକୁ ପୁନର୍ବାର କବରରେ ବନ୍ଦ କରି ପୋତି ଦେଇଥିଲେ ।

ଅନ୍ଧ ବିଶ୍ୱାସ ଦିନକୁ ଦିନ ଲୋକଙ୍କୁ ନିଜର ବସବର୍ତ୍ତି କରିବାକୁ ଲାଗିଲାଣି । ପ୍ରତିଦିନ ଅନ୍ଧ ବିଶ୍ୱାସକୁ ନେଇ ଅନେକ ମାମଲା ସମ୍ନାକୁ ଆସୁଛି । ଗତ କିଛି ଦିନ ତଳେ ଦିଲ୍ଲୀର ବୁରାଡିରେ ଅନ୍ଧ ବିଶ୍ୱାସ ପାଇଁ ପୁରା ପରିବାର ଜୀବନ ହାରିଥିଲେ । ଠିକ ସେହିଭଳି ଗୁଜୁରାଟରେ ମଧ୍ୟ ଜଣେ ଲୋକ ତାଙ୍କ ପତ୍ନୀ ଏବଂ ଝିଅ ସହ ଆତ୍ମହତ୍ୟା କରିଥିବାର ଏକ ଘଟଣା ସମ୍ନାକୁ ଆସିଥିଲା । ତେବେ ଯଦି ଲୋକଙ୍କ ଭରୋଷା ଏହି ଅନ୍ଧ ବିଶ୍ୱାସ ଉପରୁ ନଉଠେ ତେବେ ଭବିଶ୍ୟତରେ ଅନେକ ଲୋକ ଏହାର ବସବର୍ତ୍ତି ହୋଇ ଜୀବନ ହାରିବେ ।