କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଜମିଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ଭାରାରେ ଆଣିଛନ୍ତି ଜଣେ ଭକ୍ତ । ଜଟଣୀ କୁସୁମାଟିରୁ ଚାଲି ଚାଲି ଆସିଛନ୍ତି ଅଜୟ କୁମାର ଖମାରୀ । ତାଙ୍କ ପୁଅ ଅସୁସ୍ଥ ଥିବାରୁ ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସା ଚାଲିଥିଲା । ଆଉ ପୁଅ ଭଲ ହେବା ପରେ ପୁଅ ଓ ଝିଅକୁ ଭାରାରେ ଆଣି ଜଗା ଦର୍ଶନ କରାଇଛନ୍ତି । ଗତକାଲିଠୁ ଚାଲି ଚାଲି ଆସି ଆଜି ସକାଳୁ ପୁରୀରେ ସେ ପୁରୀରେ ପହଂଚିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଖୁସି ଅନୁଭବ କରିଥିବା କହିଛନ୍ତି । /kanak/media/post_attachments/wp-content/uploads/2023/12/Screen-Shot-2023-12-10-at-8.33.22-AM-1024x771.jpg)
ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ ।
/kanak/media/post_attachments/wp-content/uploads/2023/12/Screen-Shot-2023-12-10-at-8.34.06-AM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)