କନକ ବ୍ୟୁରୋ: ବଞ୍ଚିଥିବା ଝିଅର ଶ୍ରାଦ୍ଧ ଦେଉଛି ବାପା । ଝିଅ ପ୍ରେମ ବିବାହକୁ ବିରୋଧ କରି ଏଭଳି ନିଷ୍ପତି ନେଇଛନ୍ତି ଜଣେ ବାପା । କଟକ ଜିଲ୍ଳା ମାହାଙ୍ଗା ଅଞ୍ଚଳରେ ଘଟିଥିବା ଏହି ଘଟଣା ପଛରେ ରହିଛି ଏକ ପ୍ରେମ କାହାଣୀ । ଜଣେ ଝିଅ, ଆଲୋକ ବେହେରା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ୧୧ ଦିନ ତଳେ ଆକାଶଙ୍କ ସହ ଘରୁ ପଳାଇଥିଲେ ଏହି ଯୁବତୀ । ଖୋଜାଖୋଜି କରିବା ପରେ ଝିଅର ପତ୍ତା ମିଳିନଥିଲା । ଶନିବାର ଦିନ ଭିଡିଓ କଲ୍ କରି ଯୁବତୀ ବାହା ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ବିନା ସହମତିରେ ଯୁବତୀ ଜଣକ ବିବାହ କରିଥିବାରୁ ଶ୍ରାଦ୍ଧ ହୋଇଛନ୍ତି ପରିବାର ଲୋକ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଯୁବକ-ଯୁବତୀଙ୍କ ପ୍ରେମକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଏକାଧିକଥର ବଚସା ଓ ମାରପିଟ୍ ହୋଇଛି । ଏମିତି କି ମାମଲା ଥାନା ଓ କୋର୍ଟରେ ଗଡ଼ୁଛି । ଝିଅ ଘରର ଅଭିଯୋଗରେ ସଂପୃକ୍ତ ଯୁବକ ଥରେ ଜେଲ୍ ମଧ୍ୟ ଯାଇସାରିଛନ୍ତି । ସେତେବେଳେ ଯୁବତୀ ଜଣକ ନାବାଳିକା ଥିଲେ, ଯେଉଁଥିପାଇଁ ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲେ । କିନ୍ତୁ ଯେଉଁ ଭିଡିଓଟି ଯୁବତୀ ଜଣକ ପଠାଇଛନ୍ତି, ସେଥିରେ ସେ ସାବାଳିକା ଏବଂ ତାଙ୍କ ପରିବାର ଲୋକ ପ୍ରେମରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ।
ତେଣୁ ନବ ବିବାହିତାଙ୍କ ଏହି ଭିଡିଓ ଦେଖିବା ପରେ ଯୁବତୀଙ୍କ ବାପା ଶୁଦ୍ଧି ହୋଇଛନ୍ତି । ଏମିତି କି ସାହି ଭାଇ ଓ ଗାଁର ଲୋକଙ୍କୁ ଡାକି ଭୋଜିଭାତର ଆୟୋଜନ ମଧ୍ୟ କରିଛନ୍ତି ।