ବାପା ହେବ ତ ଏମିତି ! ନିଜ ଝିଅ ସହ ଅନ୍ୟ ସାତ ଜଣ ଦଳିତ କନ୍ୟାଙ୍କ କନ୍ୟାଦାନ କଲେ ପିତା ।

Advertisment
ବାପା ହେବ ତ ଏମିତି ! ନିଜ ଝିଅ ସହ ଅନ୍ୟ ସାତ ଜଣ ଦଳିତ କନ୍ୟାଙ୍କ କନ୍ୟାଦାନ କଲେ ପିତା ।

image courtesy - India Writers

ଆଜିକାଲି ଲୋକମାନେ ନିଜ ନିଜ ପିଲାମାନଙ୍କ ବିବାହକୁ ସବୁଠାରୁ ଅଲଗା ଓ ଅନ୍ୟମାନଙ୍କ ଠାରୁ ନିଆରା କରିବା ଚକ୍କରରେ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେମାନଙ୍କ ପିଲାମାନଙ୍କ ବିବାହକୁ କିପରି ସମସ୍ତେ ମନେ ରଖିବେ, ସେ ନେଇ ସବୁ ମାତା-ପିତାମାନେ ଚେଷ୍ଟା କରୁଛନ୍ତି ।publive-imageପିଲାମାନଙ୍କ ବିବାହ ପାଇଁ ମାତା-ପିତାମାନେ ବିଭିନ୍ନ ପ୍ରକାରର ଉପାୟ ସବୁକୁ ଆପଣାଉ ଥିବା ବେଳେ ଗୁଜୁରାଟର ଜଣେ ପିତା ଏକ ଅଭିନବ ଉପାୟ ଆପଣାଇଛନ୍ତି ସମସ୍ତଙ୍କ ପ୍ରଶଂସାର ଯୋଗ୍ୟ ହୋଇପାରିଛନ୍ତି। ନିଜ ଝିଅର ବିବାହ ଉତ୍ସବ ଦିନ ଜଣେ ବାପା ଅନ୍ୟ ୭ଜଣ ଦଳିତ ଯୁବତୀଙ୍କର ମଧ୍ୟ ବିବାହ କରାଇଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ ନିଜ ଝିଅକୁ ଶାଶୁ ଘରେ ଚଳିବା ପାଇଁ ଯେଉଁ ଜିନିଷ ସବୁ ଦେଇଛନ୍ତି ସେହି ସମସ୍ତ ଜିନିଷ ଅନ୍ୟ ୭ଜଣ ଦଳିତ ଯୁବତୀଙ୍କୁ ମଧ୍ୟ ଦେଇ ଶାଶୁ ଘର ବିଦା କରିଥିବା ଜଣା ପଡ଼ିଛି ।publive-imageଏହି ବିବାହରେ ପ୍ରାୟ ୩,୦୦୦ଲୋକ ଯୋଗ ଦେଇଥିବା ବେଳେ ବିବାହଟି ପଟନ୍ ସହର ଠାରୁ ୭କି.ମି ଦୂରରେ ଥିବା ଏକ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏହି ଖବରଟି ପ୍ରସାରିତ ହେବା ପରେ ସମସ୍ତେ କନ୍ୟାପିତାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe