ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ୨ ଭାଇ ଓ ଜଣେ ମହିଳା ଗୁରୁତର

214

କନକ ବ୍ୟୁରୋ : କଟକ ସାଲେପୁର ଥାନା ନାନ୍ଦୋଳ ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୬ ଜଣ ଅଭିଯୁକ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ବେଳେ ୨ ଭାଇ ଓ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ମହିଳଙ୍କ ଆଖିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ୨ ଭାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।