ଏହି ଚାଷୀ ଉତ୍ପାଦନ କଲେ ୩୦ କେଜିର ଏକ କୋବି ! ଲୋକେ କହିଲେ ଚାଷୀଙ୍କ ହାତରେ ରହିଛି ମ୍ୟାଜିକ୍ ।

38

ଆପଣ ବଜାରରୁ ଅନେକ ପରିବା କିଣିଥିବେ । ବଜାରକୁ ଆପଣ ସବୁଠାରୁ ବଡ ଏବଂ ଅଧିକ ଓଜନ ବିଶିଷ୍ଟ ବନ୍ଧାକୋବି କିଣିବା ପାଇଁ ଯିବେ ତେବେ ଆପଣଙ୍କୁ ୨ କିମ୍ବା ୩ କିଲୋଗ୍ରାମ୍ ଓଜନ ବିଶିଷ୍ଟ କୋବି ମିଳିବ । କିନ୍ତୁ ଯଦି ଆପଣ ଏମିତି କେବେ ଶୁଣିବାକୁ ପାଆନ୍ତି ଯେ, ୩୦ କିଲୋ ଓଜନର କୋବି ମଧ୍ୟ ମିଳୁଛି ତେବେ ଏହାକୁ ଆପଣ କେତେ ବିଶ୍ୱାସ କରିବେ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହାକୁ ସତ କରି ଦେଖାଇଛନ୍ତି ଜଣେ ଚାଷୀ ।

ଏହି ଚାଷୀଙ୍କର ନାଁ ହେଉଛି ଇୟାନ୍ ନୀଲ୍ । ଇୟାନ୍ ବ୍ରିଟେନର ନ୍ୟୁ ପୋର୍ଟରେ ବାସ କରନ୍ତି । ପରିବା ଉତ୍ପାଦନ କରିବାରେ ତାଙ୍କର ଅନେକ ନାଁ ରହିଛି । ସେ ଏହି ୩୦ କିଲୋଗ୍ରାମ ଓଜନ ବିଶିଷ୍ଟ ବନ୍ଧାକୋବିକୁ ହେରୋଗେଟ୍ ଅଟମ୍ ଫ୍ଲାୱାର ସୋ’ରେ ପ୍ରଦର୍ଶିତ କରାଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ଚାଷୀଜଣଙ୍କ ପ୍ରାକୃତିକ ଉପାୟରେ ଏହି କୋବିକୁ ଉତ୍ପାଦନ କରିଛନ୍ତି । ଲୋକମାନେ ଫୁଲ ପଦର୍ଶନୀରେ ଏହି କୋବିକୁ ଦେଖିଲା ପରେ ଚାଷୀଙ୍କ ହାତରେ ଯାଦୁ ଥିବା କହିଛନ୍ତି ।

ତେବେ ଇୟାନଙ୍କ କହିବା କଥା ୩୦ କିଲୋଗ୍ରାମର କୋବି ଉତ୍ପାଦନ ସମ୍ଭବ ହୋଇପାରିଲା କାରଣ ତାଙ୍କ ଅଞ୍ଚଳରେ ସଠିକ୍ ବାତାବରଣ ରହିଥିଲା । ତେବେ କେବଳ ପତ୍ର କୋବି ନୁହେଁ ଇୟାନଙ୍କୁ ଏହି ଫ୍ଲାୱାର ସୋରେ ସବୁଠାରୁ ବଡ ଏବଂ ଓଜନ ବିଶିଷ୍ଟ ଗାଜର ଏବଂ ବିଟ୍ ରୁଟ୍ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଯେଉଁଠାରେ ଗୋଟିଏ ଗାଜରର ଓଜନ ଥିଲା ୪ କିଲୋ ଏବଂ ଗୋଟିଏ ବିଟ୍ ରୁଟର ଓଜନ ଥିଲା ୯ କିଲୋ । ତେବେ ଆପଣଙ୍କୁ କହି ରଖୁଛୁ ସବୁଠାରୁ ଓଜନ ବିଶିଷ୍ଟ ବନ୍ଧାକୋବିର ରେକର୍ଡ ୬୨ କିଲୋଗ୍ରାମ ଅଟେ, ଯାହାକୁ ଆମେରିକାର ସ୍କଟ୍ ରବ୍ ଉତ୍ପାଦନ କରିଥିଲେ । ସେହିପରି ବିଟ୍ ରୁଟର ରେକର୍ଡ ଇୟାନଙ୍କ ନାମରେ ହିଁ ରହିଛି । ୨୦୦୧ ମସିହାରେ ସେ ୨୩.୪ କିଲୋର ବିଟ୍ ରୁଟ୍ ଉତ୍ପାଦନ କରିଥିଲେ ।