କନକ ବ୍ୟୁରୋ: ଗାଁରେ ଚାନ୍ଦା ଦେଲେନି ବାସନ୍ଦ ହେଲେ । ୪ଟି ପରିବାରକୁ ମନ୍ଦିର, ପାଣି ଠାରୁ ଆରମ୍ଭ କରି ସବୁ କିଛି ଉପରେ କଟକଣା ଲଗାଯାଇଛି । ଖାଲି ସେତିକି ନିହେଁ ଅନ୍ଧାର ରାତିରେ ଘର ଉପରକୁ ଟେକା ପଥର ମାଡ କରୁଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର । ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
କେନ୍ଦ୍ରାପଡା ମହାକାଳପଡା ବ୍ଲକ ବିଲିପଦା ଗାଁରୁ ଆସିଛି ଏମିତି ଅଭିଯୋଗ । ଗାଁରେ ହେଉଥିବା ଯଜ୍ଞ ବାବଦକୁ ଚାନ୍ଦା ଦେବା ପାଇଁ ଅକ୍ଷମତା ପ୍ରକାଶ କରିବାରୁ ୪ଟି ପରିବାରକୁ ବସନ୍ଦ କରି ରଖିଛନ୍ତି ଗାଁର କିଛି ଲୋକେ । ଆକ୍ରୋଶ ମୂଳକ ଭାବେ ଗାଁ ମନ୍ଦିରରେ ପୂଜାପାଠ କରିବାକୁ ଦେଉନାହାନ୍ତି । ଏହାସହ ଅନ୍ୟାନ୍ୟ ମୈାଳିକ ସୁବିଧା ପାଇଁ ୪ଟି ପରିବାରକୁ ଜାଣିଶୁଣି ହଇରାଣ କରୁଥିବା ଥାନାରେ ଅଭିଯୋଗ ହୋଇଛି ।
କେବଳ ପାଣି-ମନ୍ଦିର ଅଟକ କରିଛନ୍ତି ତା’ ନୁହେଁ ପୀଡିତଙ୍କ ଘର ଉପକୁ ଢେଲା ପଥର ମାଡ କରୁଛନ୍ତି ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି । ପୀଡିତ ପରିବାରର କିଛି ସଦସ୍ୟ ସେଥିରେ ଆହତ ହୋଇଛନ୍ତି । ଏନେଇ ପୀଡିତ ପରିବାର ପକ୍ଷରୁ ମହାକାଳପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-10-16h56m01s96.png)