ନିର୍ଗୁଣ୍ଡିରେ ଠାବ ହେଲା ନକଲି ଗୁଟଖା କାରଖାନା : ୧୦ ଲକ୍ଷ ଟଂକାରୁ ଅଧିକ ମୂଲ୍ୟର ନକଲି ଗୁଟଖା ଜବତ କଲା ଟାଙ୍ଗୀ ପୁଲିସ୍ ଓ ସ୍ପେଶାଲ ସ୍କ୍ୱାର୍ଡ

୨ ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା

123

କନକ ବ୍ୟୁରୋ : ପୁଣି ଠାବ ହେଲା ନକଲି ଗୁଟଖା କାରଖାନା । ନିର୍ଗୁଣ୍ଡି ଠାରେ ଏକ ନକଲି ଗୁଟଖା କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରଛିି ସ୍ପେଶାଲ ସ୍କାଡ ଓ ଟାଙ୍ଗୀ ପୁଲିସ୍ । ଗୁଟଖା ତିଆରିରେ ବ୍ୟବହାର ହେଉଥିବା କଂଚାମାଲ ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ନକଲି ଗୁଟଖାର ଆନୁମାନିକ ଦାମ ୧୦ ଲକ୍ଷରୁ ଅଧିକ ହେବ ।

୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଖୁସବୁ ପ୍ରଡକ୍ଟ ନାମରେ ଏଠାରେ ନକଲି ଗୁଟଖା ପ୍ରସ୍ତୁତ କରାଯାଉଥିଲା । କମ୍ପାନୀର ମୁଖ୍ୟ ଗେଟ୍ ଓ ସଟର ବନ୍ଦ କରି ଭିତରେ ଦୀର୍ଘଦିନ ହେବ କାମଚାଲୁଥିବାର ଖବର ମିଳିଥିଲା । ଏହାପରେ ଟାଙ୍ଗୀ ପୁଲିସ୍ ସହ ମିଶି ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ କରିଥିଲା ।