କନକ ବ୍ୟୁରୋ : ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀର ହବ୍ ପାଲଟିଛି କଟକ ସହର । ବିଭିନ୍ନ ବ୍ରାଣ୍ଡ ନକଲି ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକି ମାଲେମାଲ ହେଉଛନ୍ତି ମାଫିଆ । ଜଗତପୁର ଶିଳ୍ପାଚଂଳରେ ସୁବାଷ ଘିଅ ନାମକ ନକଲି ଘିଅ କାରଖାନା ଉପରେ ଚଢାଉ କରାଯାଇ କୋଟିଏରୁ ଅଧିକ ଟଙ୍କାର ନକଲି ଘିଅ ଓ ସସ୍ ଜବତ କରାଯାଇଛି । ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଏହା ସହ ଘିଅରେ ବ୍ୟବହୃତ ହେଉଥିବା କେମିକାଲକୁ ମଧ୍ୟ ଜବତ କରିଛି କମିସନରେଟ ପୁଲିସ ।
କଟକରେ ଲଗାତର ୩ ଦିନ ହେବ ନକଲି ଘିଅ ଫ୍ୟାକ୍ଟ୍ରି ଊପରେ ଚଢାଉ ଚାଲିଛି । ଗତ ୨୮ ତାରିଖ ସକାଳେ ସହରର ଭଲିମୂଳ ଅଂଚଳରୁ ନକଲି ମସଲା କାରଖାନା ଉପରେ ଚଢାଉ କରି ପୋଲିସ କାରଖାନାରୁ ବହୁ ପରିମାଣରେ ନକଲି ହଳଦୀ ଓ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଲୋଗୋ ଥିବା ମସଲା ପ୍ୟାକେଟ ଜବତ କରିଥିଲା । ଚାଉଳିଆଗଂଜ ଥାନା ଅଂଚଳରୁ ଏକ ଅପମିଶ୍ରିତ ଘିଅ କାରଖାନା ଠାବ କରିଥିଲା ପୋଲିସ ।
ବାରମ୍ବାର କଟକରୁ ଏଭଳି ଖାଦ୍ୟ ସାମଗ୍ରୀର ନକଲି କାରଖାନା ଠାବ ହେବା ପୁଲିସର ଚିନ୍ତା ବଢାଇଦେଇଛି । ଗତ ୨ମାସ ମଧ୍ୟରେ ୧୪ଟି ଅପମିଶ୍ରଣ କାରଖାନା ଉପରେ ଚଢାଉ କରିଛି ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୪କୋଟି ୪୦ଲକ୍ଷ ୧୦ ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-30-21h00m05s137.png)