ନିଶା ସଜାଉଛି ନୃଶଂସ । ନିଶାସକ୍ତ ଅବସ୍ଥାରେ କୁରାଢୀରେ ହାଣି ବୃଦ୍ଧଙ୍କୁ ହତ୍ୟା

65

କନକ ବ୍ୟୁରୋ : ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟାକଲା ନିଶାସକ୍ତ ଯୁବକ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କୁ ଅଟକାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି । ଜଗତସିଂହପୁର ତିର୍ତୋଲ ସାଇଲୋ ପଂଚାୟତର ହିତରଣା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗାଁର ସୁବାସ ବିଶ୍ୱାଳ ସେହି ଗାଁର ୫୫ ବର୍ଷୀୟ ବିନୋଦ ଦାସଙ୍କୁ ଗାଁ ଦାଣ୍ଡରେ ଅତର୍କିତ ଆକ୍ରମଣ କରି କୁରାଢୀରେ ଆକ୍ରମଣ କରିଥିଲେ । ତାଙ୍କୁ ଅଟକାଇବାକୁ ଯାଇଥିବା ଜଣେ ମହିଳାଙ୍କ ସମେତ ଅନ୍ୟଜଣଙ୍କୁ ମାଡ ମାରି ଫେରାର ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି ।