ମାତିଛି ବାଘ, ଲୋକଙ୍କୁ ସତର୍କ କରିବା ସହ ବନ୍ଧୁଗାଁରେ ବୁଲିଲା ଡାକବାଜି ଯନ୍ତ୍ର। ପୋଷ୍ଟର ଲଗାଇ ଜଙ୍ଗଲକୁ ନଯିବାକୁ ସଚେତନତା ଜାରି। 

ମାତିଛି ବାଘ, ଲୋକଙ୍କୁ ସତର୍କ କରିବା ସହ ବନ୍ଧୁଗାଁରେ ବୁଲିଲା ଡାକବାଜି ଯନ୍ତ୍ର। ପୋଷ୍ଟର ଲଗାଇ ଜଙ୍ଗଲକୁ ନଯିବାକୁ ସଚେତନତା ଜାରି। 

କନକ ବ୍ୟୁରୋ: ମାତିଛି ବାଘ । ଆତଙ୍କିିତ ହୋଇପଡ଼ିଛନ୍ତି ଗାଁର ଲୋକ । ବାଘ ପାଇଁ ବୁଲିଲା ଡାକବାଜି ଯନ୍ତ୍ର । ଜୟପୁର ବନ୍ଧୁଗାଁରେ ବାଘ ଆତଙ୍କ ପରେ ସତର୍କ କରିଛି ବନବିଭାଗ । ଜଙ୍ଗଲକୁ ନଯିବା ପାଇଁ ପୋଷ୍ଟର ଲଗାଇ ବନବିଭାଗ ସଚେତନ ବି କରିଛି । ରାତି ସମୟରେ ବାହାରକୁ ନଯିବା ପାଇଁ କୁହାଯାଇଛି । ଘର ବାହାରେ କିମ୍ବା ଗୁହାଳରେ ଶୋଇବାକୁ ବାରଣ କରାଯାଇଛି । ତା ସହିତ ସୁରକ୍ଷା ପାଇଁ ଏକ ହେଲପଲାଇନ ନମ୍ବର ମଧ୍ୟ ଜାରିହୋଇଛି । ବାଘର ଗତିବିଧିକୁ ଠାବ କରିବା ପାଇଁ ହାଇଦ୍ରାବାଦରୁ ୪ ଜଣିଆ ସ୍ୱତନ୍ତ୍ର ଟିମ୍ ଆସିଛନ୍ତି । ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି ।

ଗତ ସପ୍ତାହରେ ସୀମାନ୍ତ ଝାଙ୍କରକାଲି ଜଙ୍ଗଲରୁ କ୍ଷତାକ୍ତ ଗୋରୁର ମୃତଦେହ ଉଦ୍ଧାର ହୋଇଥିଲା । ଏପରିକି ଆନ୍ଧ୍ର ଜଙ୍ଗଲରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଏକ ମହାବଳ ବାଘର ଫଟୋ ଚିତ୍ର ଭାଇରାଲ ହେବାରେ ଲାଗିଛି । ବାଘର ପାଦ ଚିହ୍ନ ଠାବ ହେବା ପରେ ତକାୁ ନେଇ ବନବିଭଗ ପକ୍ଷରୁ ଯାଞ୍ଚ କରାଯାଉଛି । ସୀମାନ୍ତରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ବନବିଭାଗର ଚାଲିଛି ମିଳିତ ଅପରେସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe