କନକ ବ୍ୟୁରୋ: ମାତିଛି ବାଘ । ଆତଙ୍କିିତ ହୋଇପଡ଼ିଛନ୍ତି ଗାଁର ଲୋକ । ବାଘ ପାଇଁ ବୁଲିଲା ଡାକବାଜି ଯନ୍ତ୍ର । ଜୟପୁର ବନ୍ଧୁଗାଁରେ ବାଘ ଆତଙ୍କ ପରେ ସତର୍କ କରିଛି ବନବିଭାଗ । ଜଙ୍ଗଲକୁ ନଯିବା ପାଇଁ ପୋଷ୍ଟର ଲଗାଇ ବନବିଭାଗ ସଚେତନ ବି କରିଛି । ରାତି ସମୟରେ ବାହାରକୁ ନଯିବା ପାଇଁ କୁହାଯାଇଛି । ଘର ବାହାରେ କିମ୍ବା ଗୁହାଳରେ ଶୋଇବାକୁ ବାରଣ କରାଯାଇଛି । ତା ସହିତ ସୁରକ୍ଷା ପାଇଁ ଏକ ହେଲପଲାଇନ ନମ୍ବର ମଧ୍ୟ ଜାରିହୋଇଛି । ବାଘର ଗତିବିଧିକୁ ଠାବ କରିବା ପାଇଁ ହାଇଦ୍ରାବାଦରୁ ୪ ଜଣିଆ ସ୍ୱତନ୍ତ୍ର ଟିମ୍ ଆସିଛନ୍ତି । ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି ।
ଗତ ସପ୍ତାହରେ ସୀମାନ୍ତ ଝାଙ୍କରକାଲି ଜଙ୍ଗଲରୁ କ୍ଷତାକ୍ତ ଗୋରୁର ମୃତଦେହ ଉଦ୍ଧାର ହୋଇଥିଲା । ଏପରିକି ଆନ୍ଧ୍ର ଜଙ୍ଗଲରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଏକ ମହାବଳ ବାଘର ଫଟୋ ଚିତ୍ର ଭାଇରାଲ ହେବାରେ ଲାଗିଛି । ବାଘର ପାଦ ଚିହ୍ନ ଠାବ ହେବା ପରେ ତକାୁ ନେଇ ବନବିଭଗ ପକ୍ଷରୁ ଯାଞ୍ଚ କରାଯାଉଛି । ସୀମାନ୍ତରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ବନବିଭାଗର ଚାଲିଛି ମିଳିତ ଅପରେସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/22-24.jpg)