କନକ ବ୍ୟୁରୋ: ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ରାଉରକେଲା ଉଦିତ ନଗରରେ ଥିବା ବଏଲର ଏଣ୍ଡ ଫ୍ୟାକ୍ଟ୍ରି କାର୍ଯ୍ୟାଳୟରେ ଅଧିକାରୀ ଜଣଙ୍କ ମଦ ପିଇଥିବା ଦେଖିବାକୁ ମିଳିଛି । ରାଉରକେଲା ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ କାରଖାନା ମାନଙ୍କୁ ତଦାରଖ କରିବା ପାଇଁ ଅଛି ବଏଲର ଏଣ୍ଡ ଫ୍ୟାକ୍ଟ୍ରି । ହେଲେ ଅଧିକାରୀ କାରଖାନା ମାନଙ୍କ ସହ ମଧୁଚନ୍ଦ୍ରିକା ସମ୍ପର୍କ ଯୋଗୁଁ ଘଟୁଛି ଦୁର୍ଘଟଣା, ଆଉ ଯାଉଛି ଶ୍ରମିକଙ୍କ ଜୀବନ । ଏହାକୁ ନେଇ ଆସନ୍ତା ୨୪ ତାରିଖ ଦିନ ଶ୍ରମିକ ସଂଗଠନ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ କରିବା ପାଇଁ ଲିଖିତ ଭାବରେ ଜଣାଇବା ଲାଗି ଶ୍ରମିକ ସଂଗଠନର ଏକ ଟିମ୍ ପହଞ୍ଚିଥିଲା କାର୍ଯ୍ୟାଳୟରେ । ଡେପୁଟି ଡାଇରେକ୍ଟରଙ୍କ ସହ ସହକାରୀ ନିର୍ଦ୍ଦେଶକଙ୍କ ସହ ଚାଲିଥିଲା ଆଲୋଚନା । ହେଲେ ମଦ ପିଇ ମାତାଲ୍ ଅବସ୍ଥାରେ ଥିଲେ ସହକାରୀ ନିର୍ଦ୍ଦେଶକ ବିବେକାନନ୍ଦ ନାୟକ । ଆଲୋଚନା ସମୟରେ ଶ୍ରମିକ ସଂଗଠନ ସିଟୁର ବରିଷ୍ଠ ନେତାଙ୍କୁ କରିଥିଲେ ଦୁର୍ବ୍ୟବହାର । ଶେଷରେ ଉଦିତ ନଗର ପୋଲିସ କୁ ଖବର ଦେଇଥିଲେ ଶ୍ରମିକ ସଂଗଠନ ସିଟୁ ର ବରିଷ୍ଟ ନେତା ମାନେ । ଘଟଣା ସ୍ଥଳରେ ପହଞ୍ଚି ଉଦିତ ନଗର ପୋଲିସ ମଦୁଆ ଅଧିକାରୀଙ୍କୁ ନେଇ ରଖିଛି ଥାନାରେ ଅଟକ ।
ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ଖରାପ ବ୍ୟବହାର ପରେ, ଥାନାରେ ଅଟକ ।
/kanak/media/post_attachments/wp-content/uploads/2023/12/Screen-Shot-2023-12-13-at-9.34.36-AM.jpg)