ସ୍ୱାମୀ ସାଜିଲା ସୈତାନ । ଜୁଆ ଖେଳିବାକୁ ସ୍ତ୍ରୀ ମଙ୍ଗଳସୂତ୍ର କି ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲା ମଦୁଆ ସ୍ୱାମୀ ।

827

କନକ ବ୍ୟୁରୋ: ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ । ଜୁଆ ଖେଳିବାକୁ ସ୍ତ୍ରୀକୁ ମଙ୍ଗଳସୂତ୍ର ମାଗିଲା ସ୍ୱାମୀ । ସ୍ତ୍ରୀ ସେଥିରେ ରାଜି ନହେବାରୁ ରାକ୍ଷସ ପାଲଟିଗଲା ସ୍ୱାମୀ । ନିଜର ହିତାହିତ ଜ୍ଞାନ ଭୁଲି ଯାଇ, ପିଟିପିଟି ସ୍ତ୍ରୀକୁ ମାରି ଦେଇଛି ସୈତାନ ସ୍ୱାମୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନାରେ ଏଭଳି ଏକ ସଂଗୀନ ଅଭିଯୋଗ ହୋଇଛି ।

ଜମ୍ବୁ ଗାଁର ମାନସ ସୁର ତାଙ୍କ ସ୍ତ୍ରୀ କଳ୍ପନା ଗିରିଙ୍କୁ ହତ୍ୟା କରିଥିବା ମୃତ ମହିଳାଙ୍କ ବାପାଘର ଲୋକ ଅଭିଯୋଗ କରିଛନ୍ତି । କଂସାର ଗାଁର ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ୩ ବର୍ଷ ତଳେ ଜମ୍ବୁ ଗାଁର ଅନିଲ ସୁରଙ୍କ ପୁଅ ମାନସଙ୍କୁ ବିବାହ କରିଥିଲେ । ବିବାହ ପରେ ମାନସଙ୍କ ଅନ୍ୟ ଜଣ ମହିଳାଙ୍କ ସହ ସଂପର୍କ ରଖିବା ସହ ନିଶା କରୁଥିଲେ । ମଦ ପିଅ ଜୁଆ ଖେଳନ୍ତି ମାସନ । ସେହି ଜୁଆ ଖେଳିବା ପାଇଁ କଳ୍ପନାଙ୍କୁ ମଙ୍ଗଳ ସୂତ୍ର ମାଗୁଥିଲେ । କଳ୍ପନା ମଙ୍ଗଳସୂତ୍ର ନଦେବାରୁ ମାନସ ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।