କନକ ବ୍ୟୁରୋ : ନିଶାସକ୍ତ ଅବସ୍ଥାରେ ସାପ ସହ ଖେଳ ଖେଳିବା ହେଲା କାଳ । ବିଶାକ୍ତ ସାପ ଚୋଟରେ ଆହତ ହେଲେ ବ୍ରହ୍ମପୁର ଉପକଣ୍ଠ ଖଜୁରୀଆର ବୁଡୁ ରେଡ୍ଡି । ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ବୁଡୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛି । ନିଶାସକ୍ତ ଅବସ୍ଥାରେ ସାପଟିକୁ ହାତରେ ଧରି ବୁଲୁଥିଲେ ବୁଡୁ । ଗାଁଲୋକେ ଓ ପରିବାର ଲୋକେ ବାରଣ କରବା ସତ୍ୱେ ବୁଡୁ କାହା କଥା ଶୁଣୁନଥିଲେ । ସାପଟିକୁ ହାତରେ ଧରି ଗାଁ ସାରା ବୁଲିବା ସହ ବିଲକୁ ନେଇ ଯାଇଥିଲେ । ଗାଁଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ବୁଡୁକୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତି କରିଛି ।