ରାଜଧାନୀରେ ଡବଲ୍ ରୋଡ୍ ସୋ’: ସକାଳେ ନଡ୍ଡା, ସନ୍ଧ୍ୟାରେ ନବୀନ

142

କନକ ବ୍ୟୁରୋ: କାଲି ରୋଡ ଶୋର କମ୍ପିବ ଭୁବନେଶ୍ୱର । ଦୁଇ ଦୁଇ ଜଣ ବଡ ନେତା ସକାଳେ ଓ ସନ୍ଧ୍ୟାରେ ଶକ୍ତି ପ୍ରଦର୍ଶନ କରିବେ । ସକାଳେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ରୋଡ ଶୋ କରିବାକୁ ଥିବାବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର । ଏଥିପାଇଁ ସରଗରମ ହୋଇଛି ଭୁବନେଶ୍ୱର ରାଜାନୀତି ।

କାଲି ରାଜଧାନୀରେ ଦୁଇ ବଡ଼ ନେତାଙ୍କ ମେଗା ରୋଡ୍ ସୋ’ । ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ’ ପରେ ରାଜଧାନୀରେ ହେବ ଆଉଏକ ବଡ଼ ରୋଡ୍ ସୋ’ ଦେଖିବାକୁ ମିଳିବ । କାଲି ଭୁବନେଶ୍ୱରରେ ମେଗା ରୋଡ୍ ସୋ’ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନ ଭଳି ହାଇଟେକ୍ ବସ୍ରେ ପ୍ରଚାର କରିବେ ନବୀନ । ବସ୍ ଉପରକୁ ଉଠି ହାତ ହଲାଇ ଅଭିବାଦନ ନେବା ସହ ନିଜ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।  ସୂଚନା ଅନୁସାରେ, ସନ୍ଧ୍ୟା ସାଢ଼େ ୬ଟାରେ ୟୁନିଟ୍-୬ ଗଙ୍ଗନଗର ଛକରୁ ଆରମ୍ଭ ହେବ ରୋଡ୍ ସୋ’ । ୬ଟା ୩୦ରେ ଗୋପବନ୍ଧୁ ଛକରେ ସାଧାରଣ ଲୋକଙ୍କୁ କରିବେ ସମ୍ବୋଧନ । ପରେ ୬.୪୦ରେ ୟୁନିଟ୍-୮ ଡିଏଭି ସ୍କୁଲ ଛକରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ପରେ ୬.୫୦ରେ ସାଇକ୍ରିଷ୍ଣା କ୍ଲବ ଛକ, ଏଚଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକା ଓ ମମତାଜ ଅଲ୍ଲୀ ସ୍କୁଲ ଛକ ଏବଂ ୭ଟାରେ କଳିଙ୍ଗ ଷ୍ଟାଡିୟମ ଛକରେ ପହଂଚିବା ପରେ ଜନତାଙ୍କୁ ଦେବେ ସମ୍ବୋଧନ । ନିକୋ ପାର୍କ ଛକ ଦେଇ ୭ଟା ୧୫ରେ ବାୟାବାବା ମଠରେ ପହଂଚିବେ । ୭ଟା ୨୦ରେ ସତ୍ୟନଗର, ମାଷ୍ଟର କ୍ୟାଂଟିନ ଓ ପରେ ରାଜମହଲ ଛକରେ ପହଂଚିବ ନବୀନଙ୍କ ରୋଡ୍ ସୋ’ । ସନ୍ଧ୍ୟା ୭ଟା ୩୦ରେ ରାଜମହଲରେ ସରିବ ନବୀନଙ୍କ ରୋଡ୍ ସୋ’ ।

ସେପଟେ ସନ୍ଧ୍ୟାରେ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରୋଡ ସୋ’ । ସକାଳେ ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ ସୋ କରିବେ । ଅପରାହ୍ନରେ ପଦ୍ମପୁର ଓ ସୁନ୍ଦରଗଡ଼ରେ ଜନସଭାରେ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଭୁବନେଶ୍ୱରରେ ରୋଡ୍ ସୋ’ କରି ଶକ୍ତି ପ୍ରଦର୍ଶନ କରିବେ ନବୀନ ପଟ୍ଟନାୟକ । ସେପଟେ କଟକରେ ଅମିତ୍ ଶାହଙ୍କ ପରେ ରାଜଧାନୀ ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତେବେ ବଡ଼ ବଡ଼ ନେତାଙ୍କ ରୋଡ୍ ସୋ’ କେଉଁ ପରିଣାମ ନେଇ ଆସୁଛି, ତାହା ଜୁନ୍ ୪ ତାରିଖରେ ସ୍ପଷ୍ଟ ହେବ ।