କନକ ବ୍ୟୁରେ : ପୁଣି ନବଜାତ ଶିଶୁର ଶବକୁ ଝୁଣି ଖାଇଲେ କୁକୁର। ବଲାଙ୍ଗୀରରେ ଘଟିଛି ଏଭଳି ଘଟଣା। ବଲାଙ୍ଗୀର- ଆଟଗାଁ ରାସ୍ତାରେ ଘଟିଥିବା ଏହି ଘଟଣା ହୃଦୟ ବିଦାରକ ଘଟଣା ମାନବିକତାକୁ ଦୋହଲାଇ ଦେଇଛି। ଶିଶୁଟିର ଶବକୁ ପୁଡ଼ାପାଲି ନିକଟ ଲକ୍ଷ୍ମୀ ଯୋରରେ ଫିଙ୍ଗି ଦିଆଯାଇଥିଲା। ବୁଲା କୁକୁର ଶବକୁ ଝୁଣି ଖାଇ ରାସ୍ତା ଉପରେ ଛାଡ଼ି ଯାଇଛନ୍ତି। ଖବର ପାଇ ପୁଲନ୍ତଲା ପୁଲିସ ଆସି ଶବକୁ ଜବତ କରିଛି। ପୋଷ୍ଟମର୍ଟମ ପରେ ଶବକୁ ପୋତି ଦିଆଯାଇଛି। ବଲାଙ୍ଗୀର- ଆଟଗାଁ ରାସ୍ତାର ପୁଡ଼ାପାଲି ନିକଟରେ ଏକ ଶିଶୁର ଶବ ପଡ଼ିଥିବା କିଛି ଲୋକ ଗୁରୁବାର ଭୋର ସମୟରେ ଦେଖିଥିଲେ।
/kanak/media/post_attachments/wp-content/uploads/2019/01/664010-stray-dogs-generic.jpg)