ଡାକ୍ତରଙ୍କ ଗାଲରେ ନର୍ସଙ୍କ ଚାପୁଡ଼ା : ୟୁପି ରାମପୁର ଜିଲ୍ଲା ହସ୍ପିଟାଲରୁ ଆସିଲା ଅଭାବନୀୟ ଦୃଶ୍ୟ

କୌଣସି ଫାଇଲରେ ହସ୍ତାକ୍ଷର କରିବାକୁ ନେଇ ବଚସା ପରେ ଡ଼ାକ୍ତର ଓ ନର୍ସ ପିଟାପିଟି; ପ୍ରଶ୍ନ, କରୋନା ବଢାଉଛି କି ମାନସିକ ଚାପ

1,328

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଯୋଦ୍ଧା ବୋଲି କୁହାଯାଉଛି । କାରଣ ସ୍ୱାସ୍ଥ୍ୟ ସଂକଟ ସହ ଲଢୁଥିବା ଅମୂଲ୍ୟ ଜୀବନ ବଂଚାଇବାରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି । ତେଣୁ ସାଧାରଣରେ ଏମାନଙ୍କ ସ୍ୱଭାବ କେମିତି ହେବା ଉଚିତ୍ । ବିପଦ ବେଳାରେ ଦେବଦୂତର ଆକ୍ଷା ପାଇଥିବା ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ କିଭଳି ଆଚରଣ କରିବା ଉଚିତ୍ ।

ଏହି ପ୍ରଶ୍ନ ଏଥପାଇଁ ଉଠୁଛି, କାରଣ ଉତର ପ୍ରଦେଶର ରାମପୁର ଜିଲ୍ଲା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଗାଲରେ ଶକ୍ତ ଚାପୁଡା କଶି ଦେଇଛନ୍ତି ଜଣେ ନର୍ସ । ଏକ ଫାଇଲରେ ହସ୍ତାକ୍ଷର କରିବାକୁ ନେଇ ଡାକ୍ତରଙ୍କ ସହ ବଚସା ହୋଇଥିଲା । ଏହାପରେ ନର୍ସ ଜଣକ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କ ଗାଲରେ ଚାପୁଡା କଶି ଦେଇଥିଲେ । ଡାକ୍ତର ମଧ୍ୟ ନର୍ସଙ୍କୁ ପ୍ରତି ଆକ୍ରମଣ କରିଥିବା ଦେଖାଯାଉଛି । ତେବେ ପ୍ରଶ୍ନ ଉଠୁଛି କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଉପରେ ଚାପ ବଢିଯାଉଛି କି । ଦିନରାତି କାମ କରିବା ଭିତରେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି କି ସ୍ୱାସ୍ଥ୍ୟ କର୍ମୀ ।