ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭୁବନେଶ୍ୱରର ଭକ୍ତ ।

540

କନକ ବ୍ୟୁରୋ: ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭକ୍ତ । ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ  ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଦାନ କରିଛନ୍ତି ପଦ୍ମ ।

ତେବେ ଶ୍ରୀଜିଉଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୂପା ବ୍ୟବହାର ହୋଇଛି । ଭାବର ଠାକୁରର ଭାବରେ ପଡି ପଦ୍ମ ଏହି ଭକ୍ତି ଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ତିନି ଦିଅଙ୍କୁ ଲାଗି କରାହେବ ।