ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା: ପ୍ରାପ୍ତ ବୟସ୍କଙ୍କୁ ଚିରା, ଫଟା ଜିନ୍ସ ଓ ହ୍ୟାପ ପ୍ୟାଂଟ ମନା
କନକ ବ୍ୟୁରୋ: ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ? ଆଜି ଏ ନେଇ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯିବେ । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ କଲାପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିର୍ଦ୍ଦେଶ କଡାକଡି ହେବ । ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏ ନେଇ କଡା ଚେକିଂ କରାଯିବ । ଜେଟିପି ଓ ପ୍ରତିହାରୀ ସେବକ ଏ ନେଇ ଚେକିଂ କରିବେ । ଏହାପରେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡାଯିବ । ବିଚକୁ ଯେଭଳି ଡ୍ରେସ ପିନ୍ଧି ଯାଉଛନ୍ତି ସେଭଳି ଡ୍ରେସ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ଆସନ୍ତୁ ଦେଖିବା ଶ୍ରୀମନ୍ଦିରରେ ପ୍ରବେଶ ବେଳେ କଣ ପିନ୍ଧିବେ ଭକ୍ତ ।
ପୋଷାକରେ ଶାଳୀନତା ରଖିବେ
ଚିରା, ଫଟା ଜିନ୍ସ ପିନ୍ଧିବେ ନାହିଁ
ହାତ କଟା ପୋଷାକ ପିନ୍ଧିବା ମନା
ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଯାଇପାରିବେ ନାହିଁ
କେବଳ ୧୨ ବର୍ଷରୁ କମ୍ ପିଲା ପିନ୍ଧିପାରିବେ ହାଫ୍ ପ୍ୟାଣ୍ଟ
ଆସନ୍ତାକାଲିଠାରୁ କରାଯିବ ସଚେତନ
ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ ଡ୍ରେସ୍ କୋର୍ଡ
ଯାଂଚ କରିବେ ଜେଟିପି ଓ ପ୍ରତିହାରୀ ସେବକ
ଶାଳୀନତା ନରହିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା