ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ : ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଜଣାଇଲେ ଅଭିନନ୍ଦନ

470

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ଦଳ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୩ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଗସ୍ତ କରି ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ସବୁ ଦଳର ବିଧାୟକ ଏଥିରେ ସାମିଲ ଅଛନ୍ତି  । ରାଷ୍ଟ୍ରପତି ଭବନରେ ପହଁଚି ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ପ୍ରଥମେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭବନ ସମ୍ମିଳନୀ କକ୍ଷରେ ବିଧାୟକମାନଙ୍କୁୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହାପରେ ରାଇସିନା ଅଭିମୁଖେ ବାହାରି ଥିଲେ ପ୍ରତିନିଧି ଦଳ  ।