କନକ ବ୍ୟୁରୋ : ମହାନଦୀରେ ବୁଡି ନିଖୋଜ ହୋଇଥିବା ଯୁବକର ଶବ ଉଦ୍ଧାର ହୋଇଛି । ସେ କଟକ ତୁଳସୀପୁର ନିକଟ ମହାନଦୀରେ ବୁଡି ଯାଇଥିଲେ । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ଯୁବକଜଣଙ୍କ ଉଦ୍ଧାର ହୋଇଥିଲେ । ଉଦ୍ଧାର ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।