କନକ ବ୍ୟୁରୋ : କୋରାପୁଟର ବୈପାରିଗୁଡାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୪୫ । ପୋଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଚିହ୍ନଟ କରିଛି । ଅଭିଯୁକ୍ତ ଜଣଙ୍କ ବୈପାରିଗୁଡ଼ା ବ୍ଳକର ଦୋରାଗୁଡ଼ା ଗ୍ରାମର ୨୬ ବର୍ଷୟ ଧୋବା ଖରା ବୋଲି ଜଣାପଡିଛି । ମହିଳା ଜଣଙ୍କ ବିବାହ କରିଥିଲେ ମଧ୍ୟ ସ୍ୱାମୀଙ୍କ ସହ ତିକ୍ତତା ଥିବାରୁ ଅଲଗା ରହୁଥିଲେ । ଏହି ସମୟରେ ୨୬ ବର୍ଷୟ ଧୋବା ଖରାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି କୁହାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ମହିଳା ଜଣଙ୍କ ବିବାହ କରିବାକୁ ବାଧ୍ୟ କରିବାକୁ ଉତ୍ୟକ୍ତ ଯୁବକ ଏଥିରେ ସହମତି ପ୍ରକାଶ କରିନଥିଲେ । ଆଉ ଶେଷରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ପ୍ରେମିକାକୁ ନେଇ ବୁଲା ବୁଲି କରିବା ବାହାନାରେ ଡ଼ାକି ନେଇ ଗେୁପ୍ତଶ୍ୱର ନିକଟ ଏକ ନାଳ ପାଖରେ ମହିଳାଙ୍କର ଗଳା କାଟି ହତ୍ୟା କରିଥିବା ପୋଲିସ କହିଛି । ହତ୍ୟା କରିସାରିବା ପରେ ପ୍ରେମିକ ସେହି ସ୍ଥାନ ଛାଡ଼ି ପୁଣି ହାଇଦ୍ରାବାଦ ଚାଲି ଯାଇଥସ।। । ସେଠାରୁ ପୋଲିସ ଗିରଫ କରିଛି ।