ଘରୋଇ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ

145

କନକ ବ୍ୟୁରୋ : ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ମଣ୍ଡପ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛ। ମୃତକଙ୍କ ନାମ ପ୍ରକାଶ ବଳ । ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାଯାଇଛି। ପ୍ରକାଶ ଉକ୍ତ ମଣ୍ଡପର ଜଣେ କର୍ମଚାରୀ ଥିଲେ। ସେ ପ୍ରାୟ ୫ ବର୍ଷ ହେବ ଏହି ମଣ୍ଡପରେ କାମ କରିଆସୁଥିଲେ ।

ସେପଟେ ପ୍ରକାଶଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି। ଅନ୍ୟପଟେ ମଣ୍ଡପ ମାଲିକଙ୍କ କହିବା ଅନୁଯାୟୀ, ଗତକାଲି ମଣ୍ଡପ ଭିତରର ଏକ ରୁମରୁ ପ୍ରକାଶ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନି। ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିଛି ସମୟ ମଧ୍ୟରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ଜଣାଯାଇଛି ।